Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସ୍ଥାନୀୟ ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହାକୁ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଛାତ୍ରୀ ତଥା ମହିଳା ଅଧ୍ୟାପିକା କର୍ମଚାରୀ ମାନଙ୍କ ପାଇଁ ମହିଳା ହେବା ଗର୍ବର କଥା ଯାହାର ତ୍ୟାଗ, ବଳିଦାନ ଏବଂ ଅକ୍ଳାନ୍ତ ପରିଶ୍ରମରେ ରାଷ୍ଟ୍ର ତଥା ସମାଜ ଗଠନ ହୋଇଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ସୋନପୁର ଉପଜିଲ୍ଲାପାଳ ଡ଼଼. ସୋମ୍ୟରୂପା ରଥ ଯୋଗଦେଇ ନାରୀ ମାନେ ଶକ୍ତି ରୂପା, ଲକ୍ଷ୍ମୀ ରୂପା, ଜ୍ଞାନର ସ୍ଵରପା ବୋଲି ମତବ୍ୟକ୍ତ କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତା ରାଣୀ ପୂଜାରୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ମହିଳା ଦିବସରେ ସ୍ଵାଗତ ଭାଷଣ ରଖି ଯୁଗେ ଯୁଗେ ନାରୀ ମାନଙ୍କର ଅତୁଳନୀୟ ଅବଦାନ ହିଁ ଆଦର୍ଶ ପରିବାର ଗଠନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭାକୁ ଛାତ୍ରୀ କାଜଲ କୁଶଳ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସଞ୍ଜୁରାଣୀ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ଉତ୍ସବ ରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପାଇଁ ସେଲ୍ଫ ଡିଫେନ୍ସ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଭାସିନୀ ରଥ, ଚେରବୁଇ ହୋତା, ମିତାଶ୍ରି ବାରିକ, ମିତ୍ରଭାନୁ ଦନ୍ତା, ସୁପ୍ରିୟା ହୋତା, ସୁଦାମ ସାହୁ ପ୍ରମୁଖ କର୍ମଚାରୀ ମାନେ ସହଯୋଗ କରିଥିଲେ। ଛାତ୍ରୀ ଶୈଳଭାମା, ପୁଜା, ସ୍ମୃତି, ପାର୍ବତୀ, ବିଦ୍ୟା, ଶ୍ରେଜ ତଥା ସମସ୍ତ ଛାତ୍ରୀ ଅତିଥି ମାନଙ୍କ ସହିତ କେକ କାଟି ମହିଳା ଦିବସ ଉତ୍ସବ ପାଳନ କରିଥିଲେ ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।