Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଶ୍ଚିମାଞ୍ଚଲ ନାରୀ ଶକ୍ତି ତରଫରୁ ବିଶ୍ଵ ମହିଳା ଦିବସ

ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟି ମହିଳା ସଂଯୋଜିକା ପଙ୍କଜିନୀ ମେହେର ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ନ୍ୟାୟିକ ପରାମର୍ଶଦାତା ବାଣୀ ମହାପାତ୍ର, ସାମାଜିକ କର୍ମୀ ମୀନା ନାଏକ, ବିୟୁଟିସିଏନ ଅନୁସୟା ବିଶ୍ଵାସ ଏବଂ ସାମଗ୍ରୀ ସାଜସଜ୍ଜା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଦେବଶ୍ରୀ ପୋଥାଳଙ୍କୁ ନାରୀ ଶକ୍ତି ତରଫରୁ ସମ୍ବଦ୍ଧିତ କରାଯାଇଥିଲା ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମ୍ବଲପୁରୀ କବୟିତ୍ରୀ ସୁପ୍ରିୟା ଦାସ,କଲ୍ପନା ମହାପାତ୍ର ଏବଂ ସିଦ୍ଧି ସ୍ୱରୂପା ମିଶ୍ର ସମ୍ବଲପୁରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ନାରୀ ଶକ୍ତି ର ସହ ସଂଯୋଜିକା ଝୁନୁ ତ୍ରିପାଠୀ ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମରେ ପଙ୍କଜିନୀ ବୈଠାରୁଙ୍କ ନିର୍ଦ୍ଦେଶନାରେ ଶିଶୁମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ନାରୀ ଶକ୍ତି ର ସଂଘମିତ୍ରା ପଣ୍ଡା ,ଲଲିତା ଭୋଇ,କାନ୍ତି ମେହେର ,ତୃପ୍ତି ପଣ୍ଡା , ଛବି ପତି,ଭୂମିସୂତା ମେହେର, ସୁନୀତା ପତି,ଶ୍ରୀମୟୀ ସାହୁ,ଅଲକା ମହାପାତ୍ର, ନର୍ମଦା ପ୍ରଧାନ, ଜନନୀ ମିଶ୍ର, ସୁଷମା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱସ୍ତିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।