Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରୁ ୧୦ ବାଂଲାଦେଶୀ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୧୦ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ । ଲୁଚି ଛପି ଭାରତରେ ପ୍ରବେଶ କରିବା ପରେ ଭୁବନେଶ୍ବରକୁ କରିଥିଲେ ଠିକଣା । ସୂଚନା ପାଇବା ପରେ ମାଡ଼ି ବସିଲା ଏସଟିଏଫ । ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରୁ ଏମାନଙ୍କୁ ଗିରଫ କରାଯାଇଛି ।

ବିନା ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ । ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ଅଛନ୍ତି ।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୭ଟି ମୋବାଇଲ,  ବଙ୍ଗଳାଦେଶ ଟଙ୍କା ସହ ଅନେକ ସମାଗ୍ରୀ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିବା ସୂଚନା ମିଳିଛି । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଏମାନଙ୍କୁ ଧରିଲା ଏସଟିଏଫ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ