Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାର, ବଳାତ୍କାର, ନିର୍ଯାତନା ପ୍ରତିବାଦରେ ଏବଂ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲା ସୁବର୍ଣ୍ଣପୁର କଂଗ୍ରେସ। ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ବେଳେ ସୁବର୍ଣ୍ଣପୁର ର ବିଭିନ୍ନ ସମସ୍ୟା କୁ ନେଇ ଏକ ୭ ଦଫା ଦାବୀ ପତ୍ର ମଧ୍ଯ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଆୟୋଜିତ ହୋଇଥିବା ଏହି ବିକ୍ଷୋଭ ସମାବେଶ ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଗଣେଶ କୁମାର ସାହୁ ଯୋଗ ଦେଇଥିବା ବେଳେ ଏହି ସମାବେଶରେ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କ ସମାଗମ ହେଇଥିଲା। ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ସୁଧିର କୁମାର ପଣ୍ଡା, ଗୌରୀଶ୍ୟାମ ପଣ୍ଡା, ରାଜେନ୍ଦ୍ର ଝାଙ୍କର, ଜିଲୁ ନାୟକ, ରାଧାକାନ୍ତ ମହାକୁଡ଼, ମାଧବ କୁମ୍ଭାର, ରଞ୍ଜିତ ରାଏ, ରବିନ୍ଦ୍ର ହୋତା ମହିଳା ନେତ୍ରୀ ଭବାନୀ ଦୀପ୍ , କାର୍ତ୍ତିକ ନାଗ, ବସନ୍ତ ମହାକୁଡ, କର୍ଣ୍ଣରାଜ ପ୍ରଧାନ, ସଂଗ୍ରାମ ନାୟକ, ରବୀନ୍ଦ୍ର ହୋତା, ନରେନ୍ଦ୍ର ସାହୁ, ଟିକୁ ହୋତା, ନିକିତା ହୋତା, ଶ୍ରୀନିବାସ ଖମାରୀ, ପ୍ରମୋଦ ଗୁରୁ, କାହ୍ନୁ ହାତୀ,ରାଜେଶ ମିଶ୍ର, ଦୟାନିଧି ସାହୁ, ପ୍ରମୋଦ ଗୁରୁ, ରାଜେନ୍ଦ୍ର ଝାଙ୍କର, କାହ୍ନୁ ହାତୀ, ରାଜେଶ ମିଶ୍ର, ଦୟାନିଧି ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ଉପରେ ଢେର୍ ବର୍ଷିଥିଲେ। ଏହି ବିକ୍ଷୋଭ ସମାବେଶରେ ଜିଲ୍ଲାର ସମସ୍ତ ୬ଗୋଟି ବ୍ଲକରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ