Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ ପ୍ରଥମ :ଅନ୍ନପ୍ରାଶନ୍ନରେ ସମ୍ବଲପୁରୀ କବିତା ପାଠ

ସମ୍ବଲପୁର:ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ କିଛି ନୁଆଁକଥା ନୁହଁ ତେବେ ସମ୍ବଲପୁରୀ ଭାଷାକୁ ସୁଦୃଢ କରିବାକୁ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ ହୋଇଆସୁଅଛି କିନ୍ତୁ ସମ୍ବଲପୁର ଜିଲ୍ଲାରେ କୌଣସି ଅନ୍ନପ୍ରାଶନ୍ନ ଅବସରରେ ସମ୍ବଲପୁରୀ କବିତା ପାଠ ଏହା ପ୍ରଥମ ଥର ଅନୁଷ୍ଠିତ ହୋଇଛି, ପ୍ରକାଶ ଥାଉକି ଗତକାଲି ମାନେଶ୍ଵର ମନ୍ଦିର ରେ ସମ୍ବଲପୁରୀ କବି ଦେବାଶିଷ ବେହେରା ଙ୍କର ପୁଅ ପ୍ରତୀକ ବେହେରାର ଅନ୍ନପ୍ରାଶନ୍ନ ଅବସରରେ ସମ୍ବଲପୁରୀ କବିତା ପାଠର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା lକବିତା ଗୁଡ଼ିକ ଖୁବ ଉଚ୍ଚ କୋଟିର ରହିଥିଲା ଏବଂ ଉପସ୍ଥିତ ଦର୍ଶକଙ୍କ ମନଜିଣି ପାରିଥିଲା l ଏହି କବିତା ପାଠ କାର୍ଯ୍ୟକ୍ରମରେ କମଲ ଲୋଚନ ପଣ୍ଡା,ମହାଦେବ ବେହେରା,ପ୍ରଭଞ୍ଜନ ପୁରୋହିତ,ଆଭାସ ପଣ୍ଡା,ରାମସାଗର ସାହୁ ନିଜ ସ୍ୱରଚିତ କବିତା ପାଠ କରିଥିଲେ l ସମ୍ବଲପୁରୀ ଭାଷା ସାହିତ୍ୟ କୁ ସୁଦୃଢ କରିବା ଦିଗରେ ସମ୍ବଲପୁରୀ କବିତା ଏକ ଅଭିନ୍ନ ଅଂଗ ସାଜିଥିବାରୁ ଏମିତି ସାମାଜିକ କାର୍ଯ୍ୟକ୍ରମ ରେ ମଧ୍ୟ ସମ୍ବଲପୁରୀ କବିତା ପାଠ ଆୟୋଜନ ହେଲେ ସମ୍ବଲପୁରୀ ଭାଷା ଆହୁରି ପାଦେ ଆଗକୁ ଯାଇପାରିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ