ଭୁବନେଶ୍ବର: ବିଧାନସଭା ଭିତରେ ବିଶୃଙ୍ଖଳା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ପଡ଼ିଲା ମହଙ୍ଗା । ୭ ଦିନ ପାଇଁ ତାରାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସସପେଣ୍ଡ ସହ ତାରାଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ତାରା । ଏନେଇ ତାଙ୍କୁ ଅବଗତ କରି ଗୃହ ତ୍ୟାଗ କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ସେପଟେ ନିଲମ୍ବନ ବିରୋଧରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ ମିଶ୍ର କଲର ଧରିଲେ । ବାବୁ ସିଂ ତାଙ୍କୁ ଧକ୍କା ମାରିବେ । ଏନେଇ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ, କିନ୍ତୁ ସେ ଶୁଣି ନଥିବା ଅଭିଯୋଗ କରିଛନ୍ତି ତାରା । ସେପଟେ ତାରାଙ୍କ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ପିସିସି ସଭାପତି ଭକ୍ତ ଦାସଙ୍କ ବୁଝାଶୁଝା ପରେ ଧାରଣାରୁ ହଟିଛନ୍ତି ବିଧାୟକ । ତାରାଙ୍କୁ ନିଲମ୍ବନ ପ୍ରତିବାଦରେ ବିଧାନସଭା ବୟକଟ୍ କରିବେ କଂଗ୍ରେସ ବିଧାୟକ । ସେପଟେ ତାରାଙ୍କ ନିଲମ୍ବନଙ୍କୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ନିଲମ୍ବନ ପ୍ରତ୍ୟାହାର ଦାବି କରିଛି ଦଳ । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳମାନଙ୍କର ସବୁ ପ୍ରକାର ଆନ୍ଦୋଳନ କରିବା, ମତ ରଖିବାର ଅଧିକାର ଅଛି ।
ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଭ୍ୟାସ ଛାଡ଼ି ହିଂସାତ୍ମକ ଉପାୟ ଅବଲମ୍ବନ କଲେ ତାହା କେବେ ବି ଗ୍ରହଣୀୟ ନୁହେଁ । ଏ ବାବଦରେ ବାରମ୍ବାର ବିରୋଧୀ ଦଳମାନଙ୍କୁ ଅନୁରୋଧ କରାଯାଉଛି । ଗୃହରେ ହିଂସାତ୍ମକ ଘଟଣା ସଂପୂର୍ଣ୍ଣ ଭାବେ ଅସ୍ପୃହଣୀୟ ଓ ଅଗଣତାନ୍ତ୍ରିକ କଥା ତେଣୁ ସେ ବାବଦରେ ବାଚସ୍ପତି ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସେପଟେ ତାରାଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବିଧାନସଭାରେ ତାରାଙ୍କୁ ଆକ୍ରମଣ ଓ ୭ ଦିନ ପାଇଁ ନିଲମ୍ବିନକୁ ବିରୋଧ କରି କୋରାପୁଟ ବସଷ୍ଟାଣ୍ଡଠାରେ କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ କୋରାପୁଟ ବସଷ୍ଟାଣ୍ଡରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିକ୍ଷୋଭ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଜୟନାରାୟଣ ମିଶ୍ରଙ୍କ ଫଟୋରେ ନିଆଁ ଲଗାଇ ଦଳ ତରଫରୁ ବିଜେପି ସରକାର ମୂର୍ଦ୍ଦାବାଦ ନାରା ଦିଆଯାଇଥିଲା । ବିଜେପି ସରକାରଙ୍କ ଗୁଣ୍ଡ।ଗିରି ଆଉ ଚଳିବ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତା ଆନ୍ଦୋଳନ କରିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି ।