ପାରାଦୀପ: କାର ସହ ଜଳି ଗଲେ ଡ୍ରାଇଭର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ପାରାଦୀପରେ । ଖବର ପାଇ ଅଗ୍ନିଶମ କମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଡ୍ରଇଭର ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇସାରିଥିଲେ । ରିପୋର୍ଟ ଲେଖଯିବା ପର୍ଯ୍ୟନ୍ତ ମୃତ କାର୍ ଡ୍ରାଇଭରର ପରିଚୟ ମିଳିନାହିଁ ।
ମିଳିଥିବା ଖବର ଅନୁସାରେ, ଆଜି ସକାଳେ କାର୍ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ହୋଇ ଜଳୁଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।
କାର୍ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ଡ୍ରାଇଭର କିଏ ? ସେ କୁଆଡେ ଯାଉଥିଲେ ? କିପରି କାର୍ରେ ନିଆଁ ଲାଗିଲା ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।