Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଷଭ ପନ୍ତଙ୍କ ଭଉଣୀ ବାହାଘରରେ ନାଚିଲେ ଧୋନି ଓ ରୈନା

ମସୁରୀ: ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କ ବିବାହ ବୁଧବାର ଅନୁଷ୍ଠିତ ହେଉଛି। ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳି ଫେରିଥିବା ତାଙ୍କ ଭାଇ ପନ୍ତ ମଙ୍ଗଳବାର ସକାଳେ ମସୁରୀରେ ପହଞ୍ଚିଥିଲେ।

ସନ୍ଧ୍ୟାରେ ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନି ତାଙ୍କ ପତ୍ନୀଙ୍କ ସହ ମସୁରୀରେ ପହଞ୍ଚିଥିଲେ। ସୁରେଶ ରୈନା ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ବିବାହ ଉତ୍ସବରେ ସାମିଲ ହୋଇଥିଲେ।ମଙ୍ଗଳବାର ଦିନ ମେହେନ୍ଦି ଥିଲାବେଳେ ରଙ୍ଗ ଜମାଇଥିଲେ ଏମଏସ ଧୋନି। ଯାହାର ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଧୋନି, ପନ୍ତ, ରାଇନା ଏବଂ ସେମାନଙ୍କର କିଛି ବନ୍ଧୁ ‘ଦମା ଦମ ମସ୍ତ ମସ୍ତ କଲନ୍ଦର’ ଗୀତରେ ନାଚୁଥିବାର ଦେଖାଯାଉଛି। ଋଷଭ ପନ୍ତଙ୍କ ଭଉଣୀଙ୍କ ମେହେନ୍ଦି ଉତ୍ସବରେ ଏମ୍ ଏସ୍ ଧୋନି ଏକ କଳା ଡିଜାଇନର୍ କୁର୍ତ୍ତା ପିନ୍ଧିଥିଲେ। ରାଇନା ମଧ୍ୟ ଏକ କଳା କୁର୍ତ୍ତା ପିନ୍ଧିଥିଲେ। ଧୋନିଙ୍କ ପତ୍ନୀ ସାକ୍ଷୀ ଏକ ଚମକଦାର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ।

ମେହେନ୍ଦି ଉତ୍ସବରେ ଧୋନି, ରିଷଭ ପନ୍ତ, ସୁରେଶ ରାଇନା ଏବଂ ବନ୍ଧୁମାନଙ୍କ ସହିତ ଧୁମ୍ ନାଚିଥିଲେ। ଭିଡିଓରେ ଧୋନି, ପନ୍ତ, ରାଇନା ଏବଂ ସେମାନଙ୍କର କିଛି ବନ୍ଧୁ ‘ଦମା ଦମ ମସ୍ତ ମସ୍ତ କଲନ୍ଦର’ ଗୀତରେ ନାଚୁଥିବାର ଦେଖାଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ