ବାଲିଗୁଡା,ତା, ୧୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ଖଜୁରୀନାଳରେ ଥିବା ଏକ ଭଡା ଘରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ନାରାୟଣପୁର ଗ୍ରାମର ରବୀନ୍ଦ୍ର କୁମାର ପାଢୀ (୩୫) ଖଜୁରୀନାଳ ସାହିରେ ଏକ ଭଡା ଘରେ ରହି ଆସୁଥିଲେ । ସକାଳୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖି ସାହି ପଡିସା ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କ ବାପା ସିମାଞ୍ଚଳ ପାଢୀ ଆସି ଥାନାରେ ଏକ ଲିଖିତ ରିପୋର୍ଟ ଦେବା ପରେ ପୁଲିସ ଉପସ୍ଥିତରେ ଏକ ଅପମୃତ୍ୟୁ ମାମଲା ୬/୨୫ ରୁଜୁ କରି ଶବ କୁ ଜବତ କରି ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଶବବ୍ୟବଛେଦ ହେବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ଝୁଲନ୍ତା ଅବସ୍ଥାରେ ଯୁବକ ର ମୃତଦେହ ଉଦ୍ଧାର
