Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡା ସମାଜ କଲ୍ୟାଣ ପରିଷଦର ୨୬ ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ ପରିଷଦର ୨୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବୁର୍ଲା ତାଲପଡାଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଡକ୍ଟର ବିଆର ଆମ୍ବେଦକର ଛକ ଠାରେ ସମାପ୍ତି ହୋଇଥିଲା। ଏହି ଅବସରରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ପରିଷଦର ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଯୋଗଦାନ କରି ଗଣ୍ଡା ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ପରିଷଦ ପକ୍ଷରୁ କରାଯାଉଥିବା ଅନବରତ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପରିଷଦର ଉପଦେଷ୍ଟା ମିନକେତନ ବାଦି ଯୋଗଦାନ କରିଥିଲେ।ପରିଷଦର ଉପସଭାପତି ଶିବଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ତଥା ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା।କଳାକାର ସତୃଘ୍ନ ଲୁହା, ନବିନ କୂଅର,ଦିଲିପ ଦୀପ,କିଶୋର ବାଗ,ବାଲି ଜଗତଙ୍କ ସମେତ ବହୁ ବିଶିଷ୍ଟ କଳାକାର ମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ‌।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ