କଟକ:ମୁଣ୍ଡଳୀ ବ୍ରିଜରେ ଯୁବକଙ୍କ ହାଇଡ୍ରାମା । ପୋଲିସ ପୋଷାକ ପିନ୍ଧ ଆତ୍ମହତ୍ୟା କରିବାକୁ ବ୍ୟାରେଜ ଗେଟ୍ ଉପରେ ଚଢି ଗଲେ । ବ୍ୟାରେଜର ନୋ ଏଣ୍ଟ୍ରି ଏରିଆରେ କେତେ ବେଳେ ବ୍ୟାୟାମ କଲେ ତ କେତେ ବେଳେ ବିଭିନ୍ନ କୌଶଳ ଦେଖାଇଲେ । ଏମିତି ବେଶ୍ କିଛି ସମୟ ବ୍ରିଜରେ ବୁଲିବା ପରେ ମହାନଦୀକୁ ଡେଇଁ ପଡ଼ିଲେ । ଆଜି ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଏପରି ହାଇଡ୍ରାମା ଦେଖିବାକୁ ମିଳିଛି ।
ଦୀର୍ଘ ଘଣ୍ଟାର କସରତ ପରେ ସମ୍ପୃକ୍ତ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେ ପାଣିକୁ ଡେଇଁବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ କାହିଁକି ସେ ନଦୀକୁ ଡେଇଁଲେ ସେନେଇ ପୋଲିସ ପଚରାଉଚରା କରୁଛି ।
ଯୁବକଙ୍କ ନାଁ ବିକ୍ରମ ଟୁଡୁ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଅଞ୍ଚଳରେ । ସେ ପିନ୍ଧିଥିବା ପୋଲିସ ପୋଷାକ ଭଡ଼ା ଆଣିଥିବା ସ୍ବୀକାର କରିଛି । ତେବେ କାହିଁକି ସେ ଏଭଳି କଲେ ଏ ଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ, ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।