ସରକାରୀ ଚାକିରି କରାଇ ଦେବାକୁ କହି ଠକୁଥିବା ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ମାଡ଼ି ବସିଲା ପୋଲିସ


ବାରିପଦା: ସରକାରୀ ଚାକିରି କରାଇ ଦେବା ନାଁରେ ଠକେଇ । ସାମିଲ ହୋଇଥିଲେ ସରକାରୀ ଶିକ୍ଷକ । ଲୁଚାଇ ପାରିଲେଣି କଳା କାରନାମା । ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ବାନ୍ଧିଛି ପୋଲିସ । ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଅଭିଯୋଗ ପରେ ଖୁଣ୍ଟା ପୋଲିସ ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କୁ ଗିରଫ କରିଛି । ତାଙ୍କ ସହ ଗିରଫ ଅନ୍ୟ ଦୁଇ ଜଣ ହେଲେ ଉଦଳା ଅଞ୍ଚଳର ଇଞ୍ଜିନିୟର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁରର ଲୋହିତ ଜେନା । ସରକାରୀ ଚାକିରି କରାଇ ଦେବା ନାଁରେ ଏମାନେ ଉଦଳା, ଖୁଣ୍ଟା, ବାରିପଦା ଓ ଝାରପୋଖରିଆ ଅଞ୍ଚଳରେ ଅନେକ ଯୁବକଙ୍କୁ ଲୁଟିଛନ୍ତି । ଖୁଣ୍ଟା ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି ।