Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିକl ସଂସ୍ଥା କର୍ମଚାରୀ କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଡାଳଡବା ସ୍ଥିତ ଏକ ଠିକl ସଂସ୍ଥା ରେ କାମ କରୁଥିବା ଏକ ଯୁବକକୁ ଚୋରି କରିବା ଅଭିଯୋଗରେ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ ଗରମ ପାଣି ଢ଼ାଳି ନିର୍ଯ୍ୟାତନା ଦିଆଯାଇ ଥିବା ଅଭିଯୋଗ ହୋଇଥିଲା l ଏ ନେଇ ବୀରମହାରାଜପୁର ପୋଲିସ ଅଭିଯୋଗ ପାଇବା ପରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି l ସୂଚନା ଯୋଗ୍ୟ ଯେ ଉକ୍ତ ଠିକା ସଂସ୍ଥା ରେ ରେଢ଼ାଖୋଲ ଥାନା ବଡ଼କସି ବାହାଲ ଗ୍ରାମର ଚିନ୍ମୟ ସ୍ଵାଇଁ ନାମକ ଏକ ଯୁବକ ଦୁଇ ସପ୍ତାହ ପୂର୍ବରୁ କାମ କରିବାକୁ ଆସିଥିଲା l କନ୍ତୁ ଗତ 16 ତାରିଖରେ କୌଣସି ଏକ ଚୋରି ଘଟଣାକୁ ନେଇ ଚିନ୍ମୟ କୁ ଗଚ୍ଛ ରେ ବାନ୍ଧି ମାଡ ମରା ଯାଇଥିଲା I ଏପରିକି ଗରମ ପାଣି ଚିନ୍ମୟ ଦେହରେ ଢାଳି ଦେବାରୁ ସେ ଅଧିକ ଯନ୍ତ୍ରଣା ପାଇ ଚିକ୍ତାର କରିଥିଲା I ଏ ସବୁ ପରେ ମଧ୍ୟ ଚିନ୍ମୟ କୁ କୌଣସି ଚିକିତ୍ସା କରାନଯାଇ ପୁନର୍ବାର ଏକ ଘର ଭିତରେ ଭର୍ତ୍ତି କରିଦେଇ ବାହାରୁ କବାଟ ବନ୍ଧ କରି ଦିଆଯାଇଥିବା କାନ୍ଦି କାନ୍ଦି ଚିନ୍ମୟ କୁହନ୍ତି I ସୁଯୋଗ ଦେଖି ଅନ୍ୟ ଲୋକଙ୍କ ମୋବାଇଲ ରୁ ଚିନ୍ମୟ ଘର ଲୋକଙ୍କୁ ଘଟଣା ସମ୍ପର୍କରେ ଜାଣଇଥିଲା I ଖବର ପାଇ ପରିବାର ଲୋକେ ଆସି ଚିନ୍ମୟ କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ I ପରେ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇ ଥିବା ଜଣାପଡ଼ିଛି I ଘଟଣା ସମ୍ପର୍କରେ ଠିକl ସଂସ୍ଥା ମାଲିକ ଙ୍କ ପୁଅ ,ଗାଡି ଡ୍ରାଇଭର ଓ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଙ୍କ ନାମରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରିଥିଲା l ତଦନ୍ତ ପରେ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଶୋଭାକର ସେଠ୍ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ