Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ ପାଇଁ ମତାମତ ଚୟନ କାର୍ଯ୍ୟକ୍ରମ ଉଦ୍ଘାଟିତ

ସମ୍ବଲପୁର:ଜାତୀୟ ସେବା ଯୋଜନା, ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରାଳୟ ତରଫରୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜାତୀୟ ସେବା ଯୋଜନା ପ୍ରଭାଗ ଏବଂ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ମନୋନୀତ ୧୫୦ ଜଣ ଛାତ୍ରଛାତ୍ରୀଙ୍କ ବିକଶିତ ଭାରତ ପାଇଁ ମତାମତ ଗ୍ରହଣ କରାଯାଇଛି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟର କୁଳ ସଂଗୀତ ଗାନ, ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁରରେ ଏହି ଯୁବ ମତାମତ ଚୟନ ପ୍ରକ୍ରିୟା ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ମୁଖ୍ୟ ଅତିଥି ପ୍ରୋଫେସର ତୁଷାର କାନ୍ତି ଦାସ ମହୋଦୟ ,ବରେଣ୍ୟ ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ନୃପରାଜ ସାହୁ, ଏନ୍ ଏସ୍ ଏସ୍ ସଂଯୋଜକ ଡଃ ବୀରେନ୍ଦ୍ର ବେହେରା, ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ଶ୍ରୀଯୁକ୍ତ ମାରିଆଦସ ବିଲୁଙ୍ଗ ଏବଂ ଜିଲ୍ଲା ସଂଯୋଜକ ଏନ୍ ଏସ୍ ଏସ୍ ସମ୍ବଲପୁରର ଶ୍ରୀ ଶାନ୍ତନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ବୀରେନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ମଞ୍ଚାସୀନ ଅତିଥିମାନେ ନିଜର ନିଜର ବକ୍ତବ୍ୟ ମାଧ୍ୟମରେ ଦେଶର ଉନ୍ନତିରେ ଯୁବ ଗୋଷ୍ଠୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରି, ଭବିଷ୍ୟତରେ ଦେଶର ଉନ୍ନତିର ମୁଖ୍ୟ ସ୍ରୋତରେ ଭାଗ ନେବା ପାଇଁ ପ୍ରେରଣା ଦେଇଥିଲେ।ସଭା କାର୍ଯ୍ୟର ଶେଷ ପର୍ଯ୍ୟାୟରେ ଜାତୀୟ ସେବା ଯୋଜନାର ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ବେଲମତି କୁମୁରା ଓ ବିନୋଦ ପୃଷେଠ୍ ସଂଯୋଜନା ଓ ସଭା ପରିଚାଳନା କରିଥିଲେ।ଏହା ପରେ ପରେ ବିକଶିତ ଭାରତ ପାଇଁ ଯୁବ ସଂସଦର ଯୁବ ମତାମତ ଚୟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ବିଚାରକ ମଣ୍ଡଳୀ ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ପଣ୍ଡା, ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ମୋହନ ସାହୁ, କଳାପାଣି ମହାବିଦ୍ୟାଳୟର ପ୍ରୋଫେସର ସଂଞ୍ଜୟ କୁମାର ପଟ୍ଟନାୟକ, ପୂର୍ବତନ ପ୍ରୋଫେସର ପରିବେଶ ବିଜ୍ଞାନ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ଼ଃ ରୋଷନୀ ଖୁଜୁର, ସହଯୋଗୀ ପ୍ରଫେସର ଡ଼ଃ ଏ. କେ. କୁଲୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦ୍ଘାଟନୀ ପର୍ବ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ମନୋନୀତ ଛାତ୍ରଛାତ୍ରୀ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ।