Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ ପାଇଁ ଚୟନ କାର୍ଯ୍ୟକ୍ରମ

ସମ୍ବଲପୁର:ଜାତୀୟ ସେବା ଯୋଜନା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥିତ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗର ସଂପାନ ପ୍ରକୋଷ୍ଠରେ ବିକଶିତ ଭାରତ ଯୁବ ସଂସଦ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରାଳୟ ତରଫରୁ ନିଦ୍ଦେର୍ଶିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ୧୫୦ ଜଣ ମନୋନୀତ ପ୍ରତିଯୋଗୀ ଏକ ଦେଶ ଏକ ନିର୍ବାଚନ ବିକଶିତ ଭାରତ ପଥ ପ୍ରଦର୍ଶକ ଉପରେ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଶ୍ଵବିଦ୍ୟାଳୟର ସଂଯୋଜକ ଡଃ ବୀରେନ୍ଦ୍ର ବେହେରା ଓ ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଅଧିକାରୀଙ୍କ ଡ଼ଃ ମାରିୟାନାସ୍ ବିଲୁଙ୍ଗଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ମହାସମାରୋହରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ସ୍ନାତକୋତ୍ତର ବିଭାଗର ମୁଖ୍ୟ ପ୍ରୋଫେସର ତୁଷାର କାନ୍ତି ଦାସ, ସମ୍ମାନିତ ଅତିଥି ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ନୃପରାଜ ସାହୁ ଯୋଗ ଦେଇ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଯୁବ ସମାଜର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରି ସ୍ବେଚ୍ଛାସେବୀମାନଙ୍କୁ ଅଭିପ୍ରେରିତ କରିଥିଲେ। ଏନ୍ ଏସ୍ ଏସ୍ ସଂଯୋଜକ ଡଃ ବୀରେନ୍ଦ୍ର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ବେଲମତି କୁମୁରା ଓ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ୍ ପରିଚାଳନା କରିଥିଲେ । ବିଚାରକ ଭାବରେ ଓଷ୍ଟାର ସଂପାଦକ ରାଜେନ୍ଦ୍ର ପଣ୍ଡା, କଳାପାଣି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ମୋହନ ସାହୁ, ପରିବେଶ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସଞ୍ଜୟ କୁମାର ପଟ୍ଟନାୟକ, ଇଂରାଜୀ ବିଭାଗ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ଼ଃ ଏ କେ କୁଲୁ, ରାଜନୀତି ବିଜ୍ଞାନ ବିଭାଗ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ଼ଃ ରୋଷନୀ କୁଜୁର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଉଦ୍ ଯାପନୀ ସମାରୋହ ପାଳିତ ହୋଇଥିଲା। ଉଦ୍ ଯାପନୀ ସମାବେଶରେ ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ ସଂଯୋଜକ ଡଃ ବୀରେନ୍ଦ୍ର ବେହେରା ସ୍ବାଗତ ଅଭିଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରୂପେ NYKS ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଲୁଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରୂପେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ମୋହନ ସାହୁ, କଳାପାଣି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ମୋହନ ସାହୁ ଏବଂ ପୂର୍ବତନ ପ୍ରୋଫେସର ସଂଞ୍ଜୟ କୁମାର ପଟ୍ଟନାୟକ ଯୋଗ ଦେଇ ଜଣେ ଜଣେ ଦାୟିତ୍ବବାନ ନାଗରିକ ରୂପେ ରାଷ୍ଟ୍ର ସେବାରେ ନିଜକୁ ନିୟୋଜିତ କରିବା ତଥା ବ୍ୟକ୍ତିତ୍ଵର ବିକାଶ ପାଇଁ ବାର୍ତ୍ତା ଦେଇଥିଲେ। ଏହି ଉଦ୍ ଯାପନୀ ସଭାକୁ କୁଚିଣ୍ଡା ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ସୁଶ୍ରୀ ବେଲମତୀ କୁମୁରା ସଭା ପରିଚାଳନା କରିଥିବାବେଳେ କେସେଇବାହାଲ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ବିନୋଦ ବିହାରୀ ପୃଷେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଓ କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରାଯାଇଥିଲା। ଏବଂ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପ୍ରୋଗ୍ରାମ ଅଫିସରମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ