Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ୧ରେ ଭାରତୀ ଉତ୍ସବ

ସମ୍ବଲପୁର:ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ରବିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏପ୍ରିଲ ଏକ ତାରିଖରେ ଆୟୋଜିତ ହେବାକୁ ଥିବା “ଭାରତୀ ଉତ୍ସବ” ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀ ସମାଜ ସଙ୍ଗଠନର ୨୪ ବର୍ଷ ପୁର୍ତ୍ତି ହୋଇ ୨୫ ବର୍ଷ ରେ ପଦାର୍ପଣ କରିବାକୁ ଥିବା ବେଳେ ଆଗମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସେବା ଏବଂ ଜାତୀୟ ଏକତାର ପର୍ଯ୍ୟନ୍ତ ହାତକୁ ନେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାସହ ମାର୍ଚ୍ଚ ୩୧ ତାରିଖରେ ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ଭାରତୀ ବଂଶଧରଙ୍କ ସହ ଆଭାସି ବୈଠକ ଏବଂ ଏପ୍ରିଲ ଏକ ତାରିଖରେ ସାଧାରଣ ସଭା ଆୟୋଜନ ପାଇଁ ସ୍ଥିର କରାଯାଇଥିଲା । ଏହି ଅବସରରେ ସମ୍ବଲପୁରୀ ଡେରାରେ ସମ୍ବଲପୁରୀ କବିତା ପାଠର ଆୟୋଜନ କରାଯିବା ନେଇ ମଧ୍ୟ ସ୍ଥିର କରାଯାଇଥିଲା । ଭାରତୀ ସମାଜର ସମ୍ବଲପୁର ସଂଯୋଜକ କିଶୋର ଧରେଇଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ସଂଚାଳକ ଭବାନୀଶ ଭୋଇ,ବରିଷ୍ଠ ସଦସ୍ୟ ସୁବୋଧ କୁମାର ଦୋରା, ମାନସ ରଞ୍ଜନ ବକ୍ସୀ, ଳଲିତା ଭୋଇ, ଭୂମିସୂତା ମେହେର, ସୁଷମା ପ୍ରଧାନ, ଶଙ୍କର ମେହେର, ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ, ସୁରେନ୍ଦ୍ର ବଗର୍ତ୍ତୀ,ଦଶରଥ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ