Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ସାହିତ୍ୟ ସାଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସାହିତ୍ୟ ମହୋତ୍ସବ କାବ୍ୟ ଫଗୁଣ ଆୟୋଜିତ

ସମ୍ବଲପୁର: ବିଶ୍ୱ କବିତା ଦିବସ ଉପଲକ୍ଷେ ବରଗଡ ସାହିତ୍ୟ ସଂସଦ ଦ୍ୱାରା ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ “କାବ୍ୟ ଫଗୁଣ” ବରଗଡ଼ ର ଏକ ହୋଟେଲ ରେ ଆୟୋଜିତ ହୋଇ ଯାଇଛି।ରୋହିତ ଦାଶ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ଏ ଉତ୍ସବ କୁ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରି ସାହିତ୍ୟ ରେ ଅନୁବାଦ ର ଭୂମିକା ଉପରେ ଆଲୋକପପାତ କରି ଅନୁବାଦ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ସମାଲୋଚକ ଡ଼ ଛାୟାକାନ୍ତ ଷଡଙ୍ଗୀ ଯୋଗ ଦେଇ କହିଥିଲେ “ଆକ୍ଷରିକ ଅନୁବାଦ ଠାରୁ ଭାବାତ୍ମକ ଅନୁବାଦ ବେଶୀ ଗୁରୁତ୍ୱପୂର୍ଣ୍ଣ। ମୁଳ ରଚନା ରେ ଥିବା ଆବେଗ ଓ ଉଚ୍ଚ୍ୱାସ ଯଦି ଅନୁବାଦିତ କବିତା ରେ ଫୁଟି ନ ପାରିବ ତେବେ ଅନୁବାଦ ବିଫଳ ହେବ।କବିତା ତରଳ ପଦାର୍ଥ ନୁହେ ଯେ ଗୋଟିଏ ପାତ୍ର ରୁ ଆଉ ଗୋଟିଏ ପାତ୍ର କୁ ଢ଼ାଳି ଦେଇହେବ. ଶବ୍ଦ ଓ ଅର୍ଥ କେବେ ବିଛିନ୍ନ ହୋଇ ପାରନ୍ତି ନାହିଁ।”ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ଇଉରୋପିୟ ସାହିତ୍ୟ ରୁ ବହୁ ଉପାଦେୟ ତତ୍ତ୍ୱ ଉଦ୍ଧାର କରି ସେ ଏକ ସାରଗର୍ଭକ ବକ୍ତବ୍ୟ ରେ ଶ୍ରୋତା ଙ୍କୁ ଦୀର୍ଘ ଏକ ଘଣ୍ଟା କାଳ ବାନ୍ଧି ରଖିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରା ଯାଇଥିଲା.ଡ଼ ଅଶୋକ ମହାପାତ୍ର ସଭା ର ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଡ଼ ଭଗବତି କର ସ୍ୱାଗତ ସମ୍ଭାଷଣ ଦେଇଥିଲେ. ଅନୁବାଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇଜଣ ଯୁବ ପ୍ରତିଭା ଶ୍ରୀ ସୁକୋମଲ ଦାଶ ଓ ଡ଼ ସଂଘମିତ୍ରା ରାୟଗୁରୁ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା।ପ୍ରତ୍ୟୁତ୍ତର ରେ ସେମାନେ ସାରା ଜୀବନ ଅନୁବାଦ ରେ ବ୍ରତୀ ରହିବୁ ବୋଲି ସଂକଳ୍ପ କରିଥିଲେ।କବି ରୋହିତ ଦାଶ ତାଙ୍କ ସଭାପତି ଅଭିଭାଷଣ ରେ ଓଡ଼ିଆ ସାହିତ୍ୟ ର ଉନ୍ନତି ପାଇଁ ଅନୁବାଦ ଖୁବ ଗୁରୁତ୍ୱ ପୁର୍ଣ ଓ କବିମାନେ କବିତା ଲେଖିବା ସଙ୍ଗେ ଅନୁବାଦ ମଧ୍ୟ୍ୟ କରନ୍ତୁ ବୋଲି ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଲରମ୍ଭା କଲେଜ ର ଓଡ଼ିଆ ଅଧ୍ୟାପିକା ଯଶୋବନ୍ତି ସା ଙ୍କ ଗଳ୍ପ ପୁସ୍ତକ ପୁତ୍ତଳିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।
ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀ ପତିତ ପାବନ ସାହୁ ଙ୍କ ଅଧ୍ୟକ୍ଷତା ରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ଅନୁବାଦ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂଯୋଜକ ଭାବେ ଟିଟିଲାଗଡ ଡିଏଭି ର ଇଂରାଜୀ ଅଧ୍ୟାପିକା ବନ୍ଦନା କର ଓ ବରଗଡ଼ ପଂଚାୟତ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ କବିତା ଗୁଡିକ ର ସଂଯୋଜନା କରିଥିଲେ।ପଚାଶ ଜଣ କବି ବିଭିନ୍ନ ଭାଷା ରୁ ଅନୁଦିତ ମୌଳିକ ଓ ଅନୁବାଦ କବିତା ସବୁ ପାଠ କରିଥିଲେ।କବିତା ପାଠ ପରେ ଡ଼ ଉମେଶ ମହାପାତ୍ର ଅନୁବାଦ ସାହିତ୍ୟ ଉପରେ ଏକ ବିଶେଷ ବକ୍ତବ୍ୟ ରଖିଥିଲେ। ପ୍ରଥମ ଅଧିବେଶନ ରେ ପଂଚାୟତ କଲେଜ ର ଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ରେ ଗଙ୍ଗାଧର ଙ୍କ ଦୁଇଟି ବସନ୍ତ ସଂଗୀତ ଗାନ କରିଥିଲେ।ମଧ୍ୟାନ୍ତର ସଂଗୀତ ରେ ଶ୍ରୀ ଅଶୋକ ପଶାୟତ ଅଶୋକ ମହାପାତ୍ର ଙ୍କ ଏକ ଗୀତ କୁ ସଂଗୀତ ରୂପ ଦେଇଥିଲେ।ଦ୍ଵିତୀୟ ଅଧିବେଶନ ରେ ଶ୍ରୀ ଶରତ ପାଢ଼ୀ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ।ବ୍ୟଙ୍ଗକବି ସ୍ବର୍ଗତ ମନ ମାଷ୍ଟ୍ରେ ଧନ୍ୟବାଦ ଅର୍ପଣ କରିଥିଲେ.ଦାମୋଦର ସାହୁ, କିଶୋର ସାହୁ ଓ ଆଲୋକ ଦାଶ ସଭା ପରିଚାଳନା ରେ ସହଯୋଗ କରିଥିଲେ.ସଭା ରେ ବରଗଡ଼ ତଥା ବିଭିନ୍ନ ଜିଲ୍ଲା ର କବି, ଲେଖକ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ