Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାକିରୀ ଗ୍ୟାରେଣ୍ଟି ଓ ସାମାଜିକ ନିରାପତ୍ତା ଦାବିରେ ଓଡିଶା ଜଳସାଥୀ ମହାସଙ୍ଘ ପକ୍ଷରୁ ସମାବେଶ

ସମ୍ବଳପୁର:ଚାକିରୀ ନିୟମିତ କରିବା, ସର୍ବ ନିମ୍ନ ମଜୁରୀ, ନିର୍ଦ୍ଧିଷ୍ଟ ଦରମା, ବୋନସ, ପ୍ରୋଭିଡେଣ୍ଟ ଫଣ୍ଡ ଓ ବୀମା ଭୁକ୍ତ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ଦଶ ଜ଼ିଲ୍ଲା ରୁ ଆସିଥିବା ଶତାଧିକ ଜଳସାଥୀ ସୋମବାର ଦିନ ସମ୍ବଲପୁର ସହର ପରିକ୍ରମା କରି ଉତ୍ତରାଞ୍ଚଳ ଆରଡିସି ଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ପୂର୍ବlହ୍ନ ଏଗାରଘଣ୍ଟ ସମୟରେ ସହରର ଲକ୍ଷ୍ମୀ ଟକିଜ ଛକରୁ ଶୋଭାଯାତ୍ରା ବାହାରି ଆର ଡି ସି ଅଫିସ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ପରେ ସଂଗଠନ ର ଏକ ଛଅ ଜଣିଆ ପ୍ରତିନିଧିମଣ୍ଡଳ ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟଙ୍କ ନେତୃତ୍ୱରେ ଜୋନାଲ ସଭାନେତ୍ରୀ ଶ୍ରୀମତୀ ବିଳାସିନି ପ୍ରଧାନ,ସମ୍ବଲପୁର, ଶ୍ରୀମତୀ ଲୋକେଶ୍ବରୀ ରଣl, ବଲାଙ୍ଗୀର, ଜ୍ୟୋସ୍ନା କିସ୍ସନ, ରାଉରକେଲା, ପିଙ୍କି କୋଠିଆ, ଝାରସୁଗୁଡା ଓ ସ୍ମିତା ସେଠି ଅନୁଗୁଳ ଓ ଅନ୍ୟତମ ଉପଦେଷ୍ଟା ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଆର ଡି ସି ସଚିନ ରାମଚନ୍ଦ୍ର ଯାଦବ ଙ୍କୁ ଭେଟି ଜଳସାଥୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ପ୍ରସ୍ତାବ ବିଷୟରେ ଆଲୋଚନା କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନେବାକୁ କହିଥିଲେ।
ଏହି ଶୋଭାଯାତ୍ରା ଓ ସମାବେଶ ରେ ବଲାଙ୍ଗୀର, ବୌଦ୍ଧ ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଓ ରାଉରକେଲା, ଢେଙ୍କାନାଳ ଓ ଅନୁଗୁଳ ଜ଼ିଲ୍ଲା ର ଶତାଧିକ ଜଳସାଥୀ ଯୋଗଦେଇଥିଲେ l
କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଶାଖା କର୍ମକର୍ତ୍ତା ଯଥା ସବିତା ପାଣି, ରାଉରକେଲା, ରଂଯୁକ୍ତା ବିଶ୍ୱାଳ, ସୁନ୍ଦରଗଡ, ରଶ୍ମିତା ମହାପାତ୍ର, ବ୍ରଜରାଜନଗର, ପୁଷ୍ପଲତା ବାବୁ, ସମ୍ବଲପୁର, ରଶ୍ମିତା ଦେବତା, ବଲାଙ୍ଗୀର, ରଶ୍ମିତା ରାଉତ, ଢେଙ୍କାନାଳ, ଅମିତା ମହାପାତ୍ର, ବୌଦ୍ଧ, ସୀମା ମହାପାତ୍ର, ସୋନପୁର ପ୍ରମୁଖ ବେତୃତ୍ୱ ନେଇଥିଲେ।