Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲୋକଙ୍କ ସାମୁହିକ କଲ୍ୟାଣ ହିଁ ଗଣତନ୍ତ୍ରର ମୂଳମନ୍ତ୍ର ହେଉ-ପ୍ରଫେସର ଅରୁଣ ମିଶ୍ର

ସମ୍ବଲପୁର:ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ସ୍ମାରକୀ ବକ୍ତୃତା ସଭାରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ପ୍ରାରମ୍ଭରେ ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ଓ ଜମ୍ବୁବତୀ ଦେବୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଲାଇବ୍ରେରୀ ତରଫରୁ ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ପୁରୋହିତ ଆଜିର ମୁଖ୍ୟଅତିଥି ଶ୍ରୀ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନ ର ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି ମୁଖ୍ୟ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ପଣ୍ଡା ସମ୍ବଲପୁର ସାର୍ବଜନୀନ ପାଠାଗାର ଓ ଏହାର କାର୍ୟାବଳୀ ଉପରେ ସୂଚନା ପ୍ରଦାନ ସହ ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ଓ ତାଙ୍କ ସମଗ୍ର ପରିବାର ବର୍ଗଙ୍କ ସ୍ୱାଧୀନତା ସଂଗ୍ରାମ ରେ ଥିବା ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।
ମୁଖ୍ୟଅତିଥି ଶାନ୍ତିନିକେତନ ର ବରିଷ୍ଠ ପ୍ରଫେସର ଅରୁଣ ରଂଜନ ମିଶ୍ର ନିଜର ସ୍ମାରକୀ ବକ୍ତୃତା ଆରମ୍ଭ କରି “ଭାରତ ରେ ପାରମ୍ପରିକ ଗଣତନ୍ତ୍ର “ଉପରେ ନିଜର ବକ୍ତବ୍ୟ ରଖି ରୁକ୍,ଶାମ ଓ ଯଜୁର୍ବେଦ ରୁ ବିଭିନ୍ନ ଉଦାହରଣ ସହ ପ୍ରଜାତନ୍ତ୍ର ରେ ରାଜା ମାନେ ନିଜର ଶାସନ ପରିଚାଳନା ଗଣତନ୍ତ୍ର କୁ ସମ୍ମାନ ଦେଇ କିପରି ପ୍ରଜାଙ୍କ କଲ୍ୟାଣ କୁ ପ୍ରାଥମିକତା ଦେଇ ଜନମତ କୁ ଗୁରୁତ୍ୱ ପ୍ରଦାନ କରୁଥିଲେ ସେ ବିଷୟ ରେ ବିଭିନ୍ନ କାବ୍ୟ ରୁ ଚାଣକ୍ୟ ଓ ଭଗବାନ ରାମଚନ୍ଦ୍ର ଙ୍କ ରାମରାଜ୍ୟ ର ଉଦାହରଣ ଦେଇ ବୁଝେଇଥିଲେ।ଶେଷରେ ସଭ୍ୟ ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜକି ଅର୍ପଣ କରଥିଲେ।