Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଖନାପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ବରେଇପାଲି ୱାର୍ଡ ନମ୍ବର ୧୯ ମଖନାପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରତ୍ନାକର ସାହୁ (ଅବସରପ୍ରାପ୍ତ ରେଲୱେ କର୍ମଚାରୀ),ସମ୍ମାନିତ ଅତିଥି ରଞ୍ଜିତ ମିଶ୍ର (ସମାଜସେବୀ),ମୁଖ୍ୟ ବକ୍ତା ବବୃବାହନ ଭୋଇ (ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ) ଏବଂ ପୂର୍ବତନ କାଉନସିଲର ନିଳାମ୍ବର ସିକନ୍ଦର ପ୍ରମୁଖ ଯୋଗ ଦେଇଥିଲେ ।ସଭାକାର୍ଯ୍ୟ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସାହୁ ବାର୍ଷିକ ବିବରଣୀ ପଠନ କରି ସଭା ପରିଚାଳନା କରିଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶୈଳସୂତା ପାଢ଼ୀ ଏବଂ ବିଦ୍ୟାଳୟ ସଭାପତି ସୁରଜ ତିର୍କୀ, ସମାଜସେବୀ ଶେଷଦେବ ଗୁରୁ, ଅନିତା ଦେହୁରୀ, ସୁକାନ୍ତ ମହାନ୍ତି ଅତିଥି ଭାବରେ ମଞ୍ଚାସିନ ଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥୀଙ୍କ ଦ୍ଵାରା ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ତ୍ରିପାଠୀ, ସିତାରାଣୀ ବେହେରା ଓ କାମିନୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।