Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତିର ବାର୍ଷିକୋତ୍ସବରେ ରକ୍ତ ଦାନ ଶିବିର

ସମ୍ବଲପୁର:ବରଗଡ଼ ଜିଲ୍ଲା ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି ର ବାର୍ଷିକୋତ୍ସବ ତାଲଶ୍ରୀଗିଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଢ଼ ପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଓ ସମ୍ପାଦକ ସୁରେନ୍ଦ୍ର ଭୋଇ, ଜଗ ବନ୍ଧୁ କଲତା ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ତାପରେ ଚାଷୀ ମାନଙ୍କୁ ନେଇ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା ।ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ସଭା ଆରମ୍ଭ ହୋଇଥିଲା।ସମ୍ପାଦକ ସୁରେନ୍ଦ୍ର ଭୋଇ ବାର୍ଷିକ ବିବରଣୀ ପାଠ କରିବା ସହ ସମିତି ର ବିଭିନ୍ନ ବିଷୟ ରେ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ ଡାଇରେକ୍ଟର ଉପସ୍ଥିତ ଥିଲେ।ସମିତି ର ଶ୍ରେଷ୍ଠ ଦଶ ଜଣ ଚାଷୀ ମାନଙ୍କୁ ମାନପତ୍ର, ଉପଢୌକନ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କୋଷାଧ୍ୟକ୍ଷ ଜଗବନ୍ଧୁ କଲତା, ପ୍ରଶାନ୍ତ ପୁଝାରୀ ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଚାଷୀ ମାନଙ୍କ ର ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରିବା ସହ ତାର ସମାଧାନ ନିମନ୍ତେ ସମିତି ରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସମବାୟ ବ୍ୟାଙ୍କ ର ଜୋସେଫ ଭୋଇ ଚାଷୀ ମାନଙ୍କୁ ଠିକ ସମୟ ରେ ଋଣ ନେଇ ସମବାୟ ସମିତି ର ସେବା ନେବା ପାଇଁ ଚାଷୀ ମାନଙ୍କୁ ବୁଝାଇଥିଲେ।ଡାଇରେକ୍ଟର କ୍ଷିରୋଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତ ଦାନ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ସମିତି ର କର୍ମଚାରୀ ମାନେ ସୂପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ