Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣା ମଠ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି।

ହାଟଡିହି ଆନନ୍ଦପୁର  ଅଟଳ ବିହାରୀ ବାଜପେୟୀ କମିଟି ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ର ବିଜେପି ର ପ୍ରାକ୍ତନ ସଭାପତି ଙ୍କ ପାଇଁ ଅଣା ମଠ ରେ ଏକ ସାଧାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ଆନନ୍ଦପୁର ବିଜେପି ନେତା ଆଲୋକ କୁମାର ସେଠୀ ଙ୍କ ନେତୃତ୍ଵ ରେ  ସଭା ଅନୁଷ୍ଠିତ ହୋଇଥିଲା। ଏଥରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ , ଆଲୋକ କୁମାର ସେଠୀ, ଭଗବାନ ସାହୁ, ନିକୁଞ୍ଜ ବିହାରୀ ଓଝା, ଉଦୟ ନାଥ କର, ବଇଲୋଚନ ନାୟକ, ସୁଶାନ୍ତ ଜେନା, ମିନତୀ ମହାପାତ୍ର, ଯୋଗେନ୍ଦ୍ର ବେହେରା, ସୁନିଲ ନାୟକ, ଯୁଧିଷ୍ଟିର ମଲ୍ଲିକ, ତୃପ୍ତିମୟୀ ଜେନା , ପ୍ରମୁଖ  ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏଥରେ ସ୍ବର୍ଗତ ଡ଼ାକ୍ତର ପ୍ରଧାନ ଙ୍କ ଆନନ୍ଦପୁର  ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଏକ ରାଜ୍ୟ ରାଜ ପଥ ଯାହା ପାଣି କୋଇଲି ରୁ ରାଜମୁଣ୍ଡା ପର୍ଯ୍ୟନ୍ତ ଲାଗିଛି। ଏହି ରାଜ୍ୟ ରାଜପଥ କଥା ମନେ ପକାଇବା ସହ ତାଙ୍କର ଅମାନବୀୟ ବ୍ୟକ୍ତିତ୍ଵ କୁ ବର୍ଣ୍ଣନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ