Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଲବଜାର ଛକରେ ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ

ସମ୍ବଲପୁର:ଓଡ଼ିଶା ବିଧାନସଭାରୁ କଂଗ୍ରେସ ବିଧାୟକଙ୍କ ନିଳମ୍ବନକୁ ପ୍ରତିବାଦ କରି ସମ୍ବଲପୁର ଗୋଲବଜାର ଛକ ଠାରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ କରାଯାଇଥିଲା I ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବାହାରି ଗୋଲବଜାର ଛକ ପର୍ଯ୍ୟନ୍ତ ଯାଇଥିଲେ I ଏହା ପରେ ଗୋଲବଜାର ଛକ ଠାରେ କଂଗ୍ରେସ ବିଧାୟକଙ୍କ ନିଳମ୍ବନ ଘଟଣାକୁ ବିରୋଧ କରି ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ଦୃଢ଼ ପ୍ରତିବାଦ କରାଯାଇଥିଲା I ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ୍ଵର ମିଶ୍ର, ଗିରିଜା ନାୟକ, ବିଜୟୀ ଲକ୍ଷ୍ମୀ ବେହେରା, ମ‌‌ହମ୍ମଦ ଜୁବେର, ମ‌ହମ୍ମଦ ମୁକ୍ତାର, ସସ୍ମିତା ପଟ୍ଟନାୟକ, ଯଶୋଦା ପୁଜାରୀ, ଦିନବନ୍ଧୁ ପରିଡ଼ା ଏମଡି ସଲିମ, ଏମଡି ସକ୍କୁ,ଫିଲିପ୍ସ କୁମାରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।