Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରର ରେଳବାଇ ହସ୍ପିଟାଲରେ ଜଣେ ପ୍ରସୂତୀଙ୍କ ମତ୍ୟୁକୁ ନେଇ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁରର ରେଳବାଇ ହସ୍ପିଟାଲ ରେ ଜଣେ ପ୍ରସୂତୀ ଙ୍କ ମତ୍ୟୁ କୁ ନେଇ ଉତ୍ତେଜନା l ଡାକ୍ତର ଚିକିତ୍ସା ରେ ଅବହେଳା ଯୋଗୁଁ ପ୍ରସୂତି ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ର ଡିଭିଜନାଳ ସଂଯୋଜକ ସୁନୀଲ କୁମାର l ଆଜି ୟୁନିୟନ ର ସଦସ୍ୟ ମାନେ ରେଳବାଇ ହସ୍ପିଟାଲ ସମ୍ମୁଖରେ ଧାରଣା ରେ ବସିବା ସହ ସମ୍ପୃକ୍ତ ଡାକ୍ତର ପି. ରାଜକୁମାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହୋ ହାଲ୍ଲା କରିଥିଲେ l ତେବେ ଏହି ସମୟରେ ଉତ୍ତେଜନା ର ସମ୍ଭାବନା କୁ ଦେଖି ରେଳବାଇ ପୋଲିସ ହସ୍ପିଟାଲରେ ଥିବା ଡାକ୍ତର ପି ରାଜକୁମାରୀ ଙ୍କୁ ହସ୍ପିଟାଲ ରୁ ତାଙ୍କ ସରକାରୀ ବାସଭବନ କୁ ନେଉଥିବା ବେଳେ ପ୍ରାୟ ୫୦୦ ୟୁନିୟନ ସଦସ୍ୟ ମହିଳା ଡାକ୍ତର ଙ୍କୁ ଘେରିଦେଇଥିଲେ l ଏହା ସହ ଡାକ୍ତର ଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ l ଏଭଳି ସ୍ଥିତି ରେ କେତେକ ଲୋକ ଡାକ୍ତର ଙ୍କୁ ଆକ୍ରମଣ ପାଇଁ ମଧ୍ୟ ଉଦ୍ୟତ ହୋଇଥିଲେ l ଏଭଳି ସ୍ଥିତି ରେ ରେଳବାଇ ପୋଲିସ ଡାକ୍ତର ଙ୍କୁ ସୁରକ୍ଷା ଦେଇ ବହୁତ କଷ୍ଟ ରେ ତାଙ୍କ କ୍ଵାଟର ରେ ଛାଡିଥିଲା l ଆଜି ଦିନ ପ୍ରାୟ ୧୧ ଟା ସମୟରେ ଏହି ଘଟଣା ଘଟିଛି l ଅନ୍ୟପଟେ ଆଜି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ସମ୍ବଲପୁର ପକ୍ଷରୁ ଏହି ଘଟଣା ରେ ଡାକ୍ତର ଙ୍କ ଅବହେଳା ହୋଇଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ବଲପୁର ରେଳ ଡିଭିଜନ ର ସିନିୟର ଡିଭିଜନାଲ ପର୍ଶନାଲ ଅଫିସର ଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଛି।ଅନ୍ୟପଟେ ଏହି ଘଟଣା ର ତଦନ୍ତ ପାଇଁ ଇଷ୍ଟ କୋଷ୍ଟ ରେଳବାଇ ର ଜେନେରାଲ ମ୍ୟାନେଜର ଏକ କମିଟି ଗଠନ କରିଥିବା ସୂଚନା ରହିଛି।ତେବେ ଏନେଇ ଅଭିଯୋଗ ଆସିଥିବା ମହିଳା ଡାକ୍ତର ପି ରାଜକୁମାରୀ ଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସମ୍ବଲପୁର ଡିଆରଏମ ତୁଷାର କାନ୍ତ ପାଣ୍ଡେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ତେବେ ଆଜି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ଓ ସମ୍ବଲପୁର ଡ଼ିଆରଏମ ଙ୍କ ମଧ୍ୟରେ ଏନେଇ ଏକ ଆଲୋଚନା ମଧ୍ୟ ହୋଇଛି।