Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନିଭରସିଟି କେମ୍ପସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସମ୍ବଲପୁର:ସମ୍ବଲପୁର ମହାନଗର ବୁର୍ଲା ୱାର୍ଡ ନମ୍ବର ୦୨ ୟୁନିଭରସିଟି କେମ୍ପସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ.ଯୁବରାଜ ଖମାରୀ(ପ୍ରଫେସର ଶିକ୍ଷା ବିଭାଗ,ସମ୍ବଲପୁର ବିଶ୍ୱବିଦ୍ୟାଳୟ) ଉପସ୍ଥିତ ହୋଇ ମା ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂଜାର୍ଚ୍ଚନା କରିବା ପରେ ସ୍ଵାଗତ ସଙ୍ଗୀତ କରାଯାଇ ବାର୍ଷିକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା।ମୁଖ୍ୟ ବକ୍ତା ଶ୍ରବଣ ବାଗ(ପ୍ରଫେସର ସମ୍ବଲପୁର ବିଶ୍ୱବିଦ୍ୟାଳୟ),ସମ୍ମାନୀତ ଅତିଥି ଶ୍ରୀମତୀ ଉମା କୁମାରୀ ଆଚାର୍ଯ୍ୟ ଓ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ(ଅବସର ପ୍ରାପ୍ତ ଶିକ୍ଷୟତ୍ରୀ), ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ଵାମିତ୍ର ପ୍ରଧାନ ତଥା ସଦେଇପାଲି ସାଧନାକେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଲେଳିନ ନାଏକ, ଗୀତା ସାହୁ, ରୋହିଣୀ ପ୍ରଧାନ, ବୀଣାପାଣି ବେହେରା, ବିମଲ ମିଶ୍ର, ପୁଷ୍ପାଞ୍ଜଳି ପଟେଲ, ପାଣ୍ଡବ ସାହୁ, ପଦ୍ମଶ୍ରୀ ପାଣିଗ୍ରାହୀ, ଶୁଭଶ୍ରୀ ପଥାଲ,ମନୋରମା ଦାଶ, ବିଷ୍ଣୁପ୍ରିୟ ପରିଡା, ବି ସାବିତ୍ରୀ, ସେପାଲି ସିଂ ପ୍ରମୁଖ ଉପସ୍ଥିତ ରହି ତାଙ୍କର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।ସଭାକାର୍ଯ୍ୟ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ସାହୁ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ରଶ୍ମିତା ଧରୁଆ ବାର୍ଷିକ ବିବରଣୀ ପାଠ କରିଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଭାରତୀ ମେହେର ଉପସ୍ଥିତ ରହି ଶିଖାକ୍ଷେତ୍ରରେ ଶିଶୁଙ୍କ ଭୂମିକା ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ।ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥୀଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।ଶେଷରେ ସବିତା ରାଣୀ ଗିରୀ ଧନ୍ୟବାଦ ଅର୍ପଣ କରିଥିଲେ।ଇତିଶ୍ରୀ ବୁଡା ଏବଂ ଗ୍ରାମବାସୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ