Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷ କୁ ନେଇ ମାଳିମୁଣ୍ଡା ଓ ପଇଦାମାଲ ଗାଁ ରେ ସଚେତନତା ସଭା

ସମ୍ବଲପୁର: ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ବିଜୁଳି ସମସ୍ୟାକୁ ନେଇ ରବିବାର ସନ୍ଧ୍ୟାରେ ମାଳିମୁଣ୍ଡା ଓ ପଇଦାମାଲ ଗ୍ରାମରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ସଂଘର ବରିଷ୍ଠ ସଭାପତି ଆଶୁତୋଷ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଏହାର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋଚନା କରିବା ପରେ ଗ୍ରାମବାସୀ ମାନେ ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ବର୍ତ୍ତମାନ ପିଲାଙ୍କ ପରୀକ୍ଷା ସମୟ ଓ ରୌଦ୍ରତାପ ବୃଦ୍ଧି ପାଇଥିବା ବେଳେ ଏରିଅର ବିଲ ନାମରେ ଟିପିଡବ୍ଲୁଓଡିଏଲ ର ଶୋଷଣ,ଜୁଲୁମ,ବିଦ୍ୟୁତ ବିଛିନ୍ନ ଭଳି ଆଇନ ବିରୁଦ୍ଧରେ କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ଏହା ବନ୍ଦ ନହେଲେ ଜନ ଆନ୍ଦୋଳନକୁ ଓଲ୍ଲାଇବାକୁ ବାଧ୍ୟ ହେବେ ବୋଲି ଉଭୟ ସଚେତନତା ସଭାରେ ମତ ପ୍ରକାଶ ପାଇଥିଲା । ଏପରିକି ସ୍ମାର୍ଟ ମିଟରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସମସ୍ତ ଗ୍ରାମବାସୀ ମତ ରଖି ଡିଜିଟାଲ ମିଟରକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।
ବିଭିନ୍ନ ସମସ୍ୟା ମଧ୍ୟରେ ସ୍ମାର୍ଟ ମିଟରକୁ ବିରୋଧ କରି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା, ଏରିଅର ବିଲ ନାମରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା, ବାପା ଅଜାଙ୍କ ନାମରେ ଏରିଅର ବିଲ ଗଡୁଥିବା ଦର୍ଶାଇ ନୁଆଁ ଉପଭୋକ୍ତାନକୁ ବିଜୁଳି ସଂଯୋଗ ନଦେବା, ଅତ୍ୟଧିକ ବିଲ କାହିଁକି ଆସୁଛି ତାହାର ପ୍ରମାଣ କରିବା, କୌଣସି କାରଣ ନଥାଇ ବିଜୁଳି କାଟ ନକରିବା, ଟ୍ରାନ୍ସଫରମର କୌଣସି କାରଣରୁ ଅଚଳ ହେଲେ ଗ୍ରାମବାସୀ ବା ପଡ଼ାବାସୀଙ୍କ ଉପରେ ଆର୍ଥିକ ବୋଝ ନଳଦି ଟିପିଡବ୍ଲୁଡିଏଲ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ନିଜେ ଏହାର ଉତ୍ତର ଦାୟିତ୍ୱ ନେବା, ଏରିଅର ବିଲ ନାମରେ ଭିଜିଲାନ୍ସ ଟିମ ବାହାନାରେ ଜୁଲୁମ ଓ ଗ୍ରାମ ମଧ୍ୟରେ ଜନ ଅସନ୍ତୋଷକୁ ବନ୍ଦ କରିବା, ପାଣି ପଞ୍ଚାୟତକୁ ଆଳ କରି କୌଣସି ଉପଭୋକ୍ତାଙ୍କୁ ଅଯଥା ହଇରାଣ ନକରିବା, ବିଛିନ୍ନ କରାଯାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ଭେ ବିଜୁଳି ସଂଯୋଗ ଦେବା ଭଳି ସମସ୍ୟା ଉପରେ ଜନସାଧାରଣ ଅଭିଯୋଗ କରିଥିଲେ। ଏପରିକି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟାମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ସହିତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ କଥା ରହୁନଥିବାରୁ ଓ ଟାଟା ପାୱାର ମନ ଇଚ୍ଛା ଉପଭୋକ୍ତାଙ୍କ ବିଦ୍ୟୁତ ବିଛିର୍ଣ୍ଣ କରୁଥିବାରୁ ଟାଟା ପାୱାରର ଏଭଳି ଅମାନୁଷିକ କାର୍ଯ୍ୟକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।
ଏହି ସଭାରେ ଅଶୋକ କୁମାର ପୁରୋହିତ, , ପ୍ରମୋଦ କୁମାର ମିଶ୍ର,ଦେବାନନ୍ଦ ଭୋସାଗର, ଝସକେତନ ନାଏକ,କପିଳ ପ୍ରଧାନ,ଯଜ୍ଞ ରଣା ,ପ୍ରମୁଖ ଅଂଶ ଗ୍ରହଣ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ