Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ରୋୖପ୍ୟ ଜୟନ୍ତୀ

ସମ୍ବଲପୁର:ଗତ ରବିବାର ଦିନ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ରୋୖପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ସମାରୋହରେ ଶିକ୍ଷ୍ୟା କେନ୍ଦ୍ର କମିଟି ସଭାପତି ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର , ମୂଖ୍ୟଅତିଥି ଡେପୁଟି କମିଶନର୍ ଶଙ୍କର ପ୍ରସାଦ ସାହୁ, ସମ୍ମାନୀତଅତିଥି ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଓ ମୂଖ୍ୟଵକ୍ତା ଭାବେ ରାଜେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ନୁତନ ଚେତନାରେ ଉଦବୁଦ୍ଧ କରିଥିଲେ।
ଏହି ସମାରୋହରେ ବଡ଼ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷା ଶ୍ରୀମତୀ ଵଵୀତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ହାଉସଂଵୋର୍ଡ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ରୋଜୀ ସେନ୍ ଶିକ୍ଷା କେନ୍ଦ୍ରର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ଏହି ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା କେନ୍ଦ୍ର ର ମୁଖ୍ୟ ପ୍ରତିଷ୍ଠାତା ଶ୍ରୀମତୀ ରୋଜାଲିନ ପରିଡ଼ା,ଓ ଯାଞ୍ଚସେନୀ ପାଢ଼ୀ ତାଙ୍କର ଅକ୍ଲାନ୍ତ ପରିଶ୍ରମ କରି ୨୫ ବର୍ଷ ଧରି ଶିକ୍ଷା କେନ୍ଦ୍ରକୁ ସୁଚାରୁରୂପେ ସମ୍ପାଦନା କରିପାରିଥିବାରୁ ତାଙ୍କୁ କମିଟି ପକ୍ଷରୁ ସମ୍ମାନୀତ କରାଯାଇଥିଲା।
ପରିଶେଷରେ ବଡ଼ବଜାର ଅଧ୍ୟକ୍ଷା ଶ୍ରୀମତୀ ଵଵୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ