Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନବୀନଙ୍କୁ ଭେଟିବେ ନୀତିଶ କୁମାର; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆଜି ନବୀନ-ନୀତିଶଙ୍କ ଭେଟଘାଟ। ଆଜି ନବୀନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟିବାର କାର୍ଯ୍ୟକ୍ରମ ରହିଛି । ନବୀନ ନିବାସରେ ଲଞ୍ଚ ମଧ୍ୟ କରିପାରନ୍ତି ନୀତିଶ।

ନବୀନ-ନୀତିଶଙ୍କ ମଧ୍ୟରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ତେବେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ ତାକୁ ନେଇ ରାଜନୀତିରେ ଜୋର୍‌ ଧରିଛି ଚର୍ଚ୍ଚା। ନୀତୀଶ ସ୍ବତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଦିନ ୧୨ଟା ବେଳେ ଭେଟିବାର କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ