Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ବଗିଚା କରିବା ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମ୍ବଲପୁର:ଘରୋଇ ବଗିଚା କରିବା ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏସପି ଆରଟିଜି ପ୍ରକଳ୍ପ ଅନ୍ତର୍ଗତ ସମ୍ବଲପୁର ବୁଢାରଜା ହାଇସ୍କୁଲ ଠାରେ ଅୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଡ଼ା. ପି. ଶ୍ରୀନିବାସ, ଏସପି ଆରଟିଜି ପ୍ରକଳ୍ପର ବୈଜ୍ଞାନିକ ଇଂଚାର୍ଜ,ମଧ୍ୟ କେନ୍ଦ୍ରୀୟ ଉଦ୍ଭିଦ ପରୀକ୍ଷଣ କେନ୍ଦ୍ର (CHES), ଏଇଗିନିଆ, ଭୁବନେଶ୍ଵରର ହିମାଂଶୁ ଶେଖର ସାହୁ, ନିର୍ଦେଶକ, ଉଦ୍ୟାନ ବିଭାଗ ଅଧିକାରୀ, ସମ୍ବଲପୁର ଶ୍ରୀମତୀ ସୁମିତ୍ରା ପାତ୍ର, ବୁଢା଼ରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ,ଡ଼ା. ଅଭିଲାଶ ପଧାନ ଅଭିନବକୃଷି ଗବେଷଣା ସଂସ୍ଥାର ପରିଚାଳନା ଟ୍ରଷ୍ଟି, ମଧ୍ୟ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସହରର ବରିଷ୍ଠ ନାଗରିକ, ସ୍ଥାନୀୟ ଗୃହିଣୀ ଏବଂ ଉତ୍ସାହୀ ବଗିଚା କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଡ଼ା. ପି. ଶ୍ରୀନିବାସ ଏକ ଉପସ୍ଥାପନା ମାଧ୍ୟମରେ ଛାତରେ ବାଗିଚା ଏବଂ ଅର୍ବାନ ବଗିଚାର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ବିସ୍ତୃତ ଅଲୋଚନା କରିଥିଲେ । ହିମାଂଶୁ ଶେଖର ସାହୁ ଏହି ପ୍ରକ୍ରିୟାମାନଙ୍କର ଅର୍ବାନ ତାପମାତ୍ରା ବୃଦ୍ଧି ନିବାରଣରେ ଗୁରୁତ୍ୱ ସମ୍ପର୍କୀୟ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମର ଶେଷରେ, ଉପସ୍ଥିତ ଅଂଶଗ୍ରାହୀମାନଙ୍କୁ ଅର୍ବାନ ବଗିଚା ଅବଲମ୍ବନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପରିବା ମଞ୍ଜି ବଣ୍ଟନ କରାଯାଇଥିଲା। ଶ୍ରୀମତୀ ସୁମିତ୍ରା ପାତ୍ର ଏହି ପ୍ରୟାସ ଏବଂ ଅଂଶଗ୍ରହଣକୁ ପ୍ରଶଂସା କରି, ଧନ୍ୟବାଦ ଜଣାଇଲେ।
ଏସପି ଆରଟିଜି ପ୍ରକଳ୍ପ, ଏକ ରାଜ୍ୟ ସରକାର ଦ୍ବାରା ପରିଚାଳିତ ପ୍ରକଳ୍ପ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁର ସହ ଓଡିଶାର ସହର ଅଞ୍ଚଳରେ ଛାତ ବଗିଚା କୁ ପ୍ରଚାର କରୁଛି। ସମ୍ବଲପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୦ରୁ ଅଧିକ ଅଂଶଗ୍ରହଣକାରି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ଡ଼ା. ଅଭିଲାଶ ପଧାନ ଏବଂ ଶ୍ରୀ ଜଟା ଭୂଷଣ ସାହୁ, ଅଭିନବକୃଷି ଗବେଷଣା ସଂସ୍ଥା, ସମ୍ବଲପୁର ତଥା ନରୋତ୍ତମ ରାଉତ, ମଧ୍ୟ କେନ୍ଦ୍ରୀୟ ଉଦ୍ଭିଦ ପରୀକ୍ଷଣ କେନ୍ଦ୍ର, ଏଇଗିନିଆ, ଭୁବନେଶ୍ୱର ସମ୍ବଲିତ ଭାବରେ ପରିଚଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ