Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୟଙ୍କ ପଛରୁ ପିଛା ଛାଡୁନି ବିବାଦ,ଥାନାରେ ପୁଣି ମାମଲା

ସମ୍ବଲପୁର: ଜୟଙ୍କ ପଛରୁ ପିଛା ଛାଡୁନି ବିବାଦ।ପୁଣି ବିବାଦରେ ସମ୍ବଲପୁର ବିଧାନସଭା ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଏକ ମାମଲାରେ ଛନ୍ଦି ହୋଇଥିବା ନେଇ ଆଜି ସାରା ସମ୍ବଲପୁରରେ ଚର୍ଚ୍ଚା । ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ନେଇ ଜୟନାରାୟଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା କୁହାଯାଉଛି । ପୁଣି ଏହି ମାମଲା ଟାଉନ ଥାନାରେ ହୋଇଥିବା ଶୁଣିବାକୁ ମିଳୁଛି ।ତେବେ ଘଟଣାର ସତ୍ୟତା ଯାହା ଥାଉନା କାହିଁକି ଜୟଙ୍କ ବିରୋଧରେ ହୋଇଥିବା ମାମଲା କୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହାକୁ ଅନେକ ଅପସନ୍ଦ କରିଥିବା ବେଳେ କେତେକ ପଛପଟେ ନଖ ଘସୁଛନ୍ତି।
ଅପରପକ୍ଷରେ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ଯାତ୍ରା ସମୟରେ ଖଣ୍ଡା ବୁଲାଇବା ଘଟଣାକୁ ନେଇ ୮ ଜଣକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଗତକାଲି ଗୋଲବଜାର ଅଞ୍ଚଳରେ ଝଣ୍ଡା ଯାତ୍ରା ବେଳେ ବୁଲାଯାଇଥିଲା ଖଣ୍ଡା ।ତେବେ କେଉଁମାନେ ସବୁ ଏହି ମାମଲାରେ ରହିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ମଧ୍ୟ୍ୟ ଏବାବଦରେ କିଛି ମୁହଁ ଖୋଲୁନି।