Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡିଆ ଲଡୁ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ ମାଆ ।

ହାଟଡିହି ଆମେ ବି ପିଲାଙ୍କୁ ଦେଇ ପାରିବୁ ମାଣ୍ଡିଆ ଲଡୁ। ଏବେ ପିଲା ଠୁ ବୟସ୍କ , ସୁସ୍ଥ ରୁ ବିକୃତ ସମସ୍ତ ଙ୍କୁ ଦରକାର ସୁସ୍ଥ ରହିବାର ଉପାଦେୟ ଖାଦ୍ୟ। ସେହି ସୁସ୍ଥ ଖାଦ୍ୟ ଖାଇଲେ  ପିଲା ହେବେ ବୁଦ୍ଧିଆ  ଦେଶ ହେବ ଆଗୁଆ, ସମସ୍ତେ ହେବେ ନିରୋଗ, ଦୂରେଇ ଯିବ ଅଭାବ। ଏହି ଲକ୍ଷ୍ୟ ରେ ରାଜ୍ୟ ସରକାର ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ମାଣ୍ଡିଆ ଲଡୁ ଦେବାକୁ ଚିନ୍ତା କରୁଥିବା ବେଳେ ପୂର୍ବରୁ ଚୁଡ଼ା ଛତୁଆ, ଚୁଆ ଲଡୁ, ବାଦାମ ଲଡୁ ଯୋଗାଇ ଆସୁଥିଲେ ଏବେ ସରକାର ଙ୍କୁ ମାଣ୍ଡିଆ ଲଡୁ ଯୋଗାଇ ବାକୁ ମନ ବଳାଇଛନ୍ତି। ଏଭଳି ଏକ ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଳକର ଓରାଳି ଗ୍ରାମର ରାମେଶ୍ବରୀ ମହିଳା ସଂୟ ସହାୟିକା ଗୋଷ୍ଠୀ ଓ ଅଭିରାମ  ସଂୟ ସହାୟିକା ଗୋଷ୍ଠୀ  ର ମାଆ ମାନଙ୍କ। ଆଗ୍ରହ ଆଗରେ, ମିଳିତ ଭାବେ ମାଣ୍ଡିଆ ଲଡୁ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି I ସରକାର ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଦୁଇ ମହିଳା ସଂୟ ସହାୟିକା ଗୋଷ୍ଠୀ ମାଣ୍ଡିଆ ଲଡୁ ପ୍ରସ୍ତୁତ ଆରମ୍ଭକରି ଖୋଲା ବଜାରରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସହାୟକ ହୋଇ ପାରୁ ନଥିବା ରୁ ସରକାର ଙ୍କୁ ଦେବାକୁ ମନ ବଳାଇ ଛନ୍ତି। ପୂର୍ବରୁ ଛତୁଆ ପ୍ରସ୍ତୁତ ସମୟରେ ମାସରେ ୧୦ ଦିନ କାର୍ଯ୍ୟ କରି ଅବଶିଷ୍ଠ ସମୟ କାର୍ଯ୍ୟ ନପାଇ ବେକାର ବସୁଥିଲେ। ଏହାକୁ ନେଇ ଦୁଇ ସଂୟ ସହାୟିକା ଗୋଷ୍ଠୀର ୧୭ ଜଣ ମହିଳା ବୈଠକ କରି ମାଣ୍ଡିଆ ଲଡୁ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଛନ୍ତି।I ଯାହାକି ଏଥିରେ ୩ଟଙ୍କା ୨୦ ପଇସା ଖର୍ଚ୍ଚ ହେଉଥ‌ିବା ବେଳେ ୩୦ ପଇସା ପ୍ରତି ଲଡୁରେ ଲାଭ ମିଳୁଛି ବୋଲି କହିଛନ୍ତି I  ଯଦି ଆଗାମୀ ଦିନରେ ସରକାର ଏହି ଲଡୁ କୁ ଦେବା ବେଳେ ଏହି ମହିଳା ମାନଙ୍କୁ ନିକଟରୁ ସଂଗ୍ରହ କରନ୍ତେ ତାହାଲେ ଦୁଇ ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ୧୭ଟି ପରିବାର ମହିଳା ମାନେ ସରକାର ଙ୍କୁ  ମାଣ୍ଡିଆ ଲଡୁ ବିକ୍ରି କରି ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ଶିକ୍ଷା ପ୍ରଦାନ କରି ଅଞ୍ଚଳ ମହିଳା ମାନଙ୍କୁ ରୋଜଗାର କ୍ଷମ କରି ପରନ୍ତେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ