Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକୁର ପାଳୁଛନ୍ତି କି? ଗଣିବେ ଫାଇନ୍‌

ଭୁବନେଶ୍ବର: ଆପଣଙ୍କ ପୋଷା କୁକୁର ଅଛି କି? କୁକୁର ପାଳିଲେ ଦେବେ ଫାଇନ୍‌। କୁକୁର ପାଳିବାକୁ ନେଇ ନୂଆ ନିୟମ ଆଣିଛି ବିଏମ୍‌ସି। ରାଜଧାନୀରେ କରିପାରିବେନି କୁକୁର ବେପାର। ଏହା ଉପରେ କଟକଣା ଲଗାଇଛି ବିଏମସି । କୁକୁର ପାଳିବାକୁ ହେଲେ ବିଏସିର ଅନୁମତି ନେବାକୁ ପଡିବ । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ।

ନୂଆ ନିୟମ ଅନୁଯାୟୀ ପୋଷା କୁକୁର ରଖିବା ପାଇଁ ହେଲେ ୫୦୦ ଟଙ୍କା ଦେଇ ବିଏମସିରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡିବ । ପ୍ରତିବର୍ଷ ଏପ୍ରିଲ ୧ରେ କୁକୁରମାନଙ୍କ ପଞ୍ଜିକରଣ ହେବ। କୁକୁର ଯଦି ରାସ୍ତାରେ ମଳତ୍ୟାଗ କରେ ତାକୁ ପରେ ମାଲିକଙ୍କୁ ସଫା ପଡିବ । ଏମିତିକି ୪ ମାସରୁ କମ ବୟସର କୁକୁର ରଖିପାରିବେନି।

ନିୟମ ନମାନିଲେ ଦେବାକୁ ପଡ଼ିବ ଫାଇନ୍‌। ପ୍ରତି କୁକୁର ପିଛା ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ନିୟମ ଅନୁଯାୟୀ, ପୋଷା କୁକୁରକୁ ବ୍ୟବସାୟିକ କାର୍ଯ୍ୟରେ ମଧ୍ୟ ଲଗାଇହେବ ନାହିଁ । ବର୍ଷେ ପରେ ପୁଣି ୨୦୦ ଟଙ୍କା ନେଇ ଲାଇସେନ୍ସ ନବୀରକଣ କରିବାକୁ ପଡିବ।