Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜମି ଜାଲିଆତି ଘଟଣାରେ ସମ୍ବଲପୁର ଜିଲ୍ଲା ଉପ-ନିବନ୍ଧକ ନିଲମ୍ବିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ଶ୍ରୀ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜିକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଶ୍ରୀ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ । ପରେ ସେ ଜୀବିତ ବ୍ୟକ୍ତିଠାରୁ ପୁନର୍ବାର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସେହି ଜମି ବିକ୍ରି କରାଇଥିଲେ ।
ଶ୍ରୀ ସାମଲ ଗତ ୨୮/୦୩/୨୦୨୫ରିଖ ଦିନ ଏହି କେଶ୍‌ରେ ଗିରଫ ହୋଇଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ଅନୁଯାୟୀ ନିଲମ୍ବନ ସମୟରେ ଶ୍ରୀ ସାମଲ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଗତ ୮ ମାସ ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ୫୦ରୁ ଅଧିକ ମାମଲା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଦୁର୍ନୀତି ଓ ଜାଲିଆତି କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।