ବିଧାୟକଙ୍କ ଦ୍ୱାରା ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ


ବରଗଡ଼:ମଙ୍ଗଳବାର ଦିନ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ଦ୍ୱାରା ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଅଛି ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ ଷଡ଼ଙ୍ଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୬ଷ୍ଠ ଓ ୯ମ ଶ୍ରେଣୀର ଛାତ୍ର ମାନଙ୍କର ପ୍ରବେଶ ଉତ୍ସବ ବା ଖଡ଼ି ଛୁଆଁ ଉତ୍ସବ ପାଳନ ପୂର୍ବକ ପୁସ୍ତକ, ପୋଷାକ ଆଦି ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ରେ ଅତିରିକ୍ତ ଜିଲ୍ଳା ଅଧିକାରୀ ଶ୍ରୀଯୁକ୍ତ ଜ୍ଯୋତି କାନ୍ତ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ , ବିଦ୍ୟାଳୟର ବୟୋଜ୍ୟେଷ୍ଠ ବହୁ ପୁରାତନ ଛାତ୍ର , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ସକ୍ରୀୟ ଯୋଗଦାନ କରିଥିଲେ ।
ଉଲ୍ଲେଖଯୋଗ୍ୟ ବିଷୟ ଯେ ବିଦ୍ୟାଳୟ ର ଆବଶ୍ୟକତା କୁ ଅନୁଧ୍ୟାନ କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସ୍କୁଲ ପରିସରରେ ଏକ ନଳକୂପ ଖନନ ଏବଂ ମିଟିଂ ହଲ୍ ରେ ଛଅ ଗୋଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।