Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟମନ୍ତ୍ରୀ କୁନି ପିଲାଙ୍କ କଥା ଶୁଣନ୍ତି !ଖମାରିବାହାଲ ଗାଁ କୁ ନିତିଦିନିଆଁ ରାସ୍ତା ପାଇଁ ପିଲାଏ ହାତ ଯୋଡ଼ି କଲେ ଗୁହାରୀ

ସମ୍ବଲପୁର:ଦୀର୍ଘ ୨୫ ବର୍ଷର ସମସ୍ୟା ଟଳିଛି। ଖାଲ ଖମାରେ ପରିପୂର୍ଣ୍ଣ ରାସ୍ତା ମରାମତି ହେଉଛି। ହେଲେ ରାସ୍ତା ଯେ ଚିରସ୍ଥାୟୀ ହେବ ଏ ବିଶ୍ୱାସ ଜୁଟୁନି। ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପରେ ଏବେ କୁନି ପିଲାଙ୍କ ନଜର।ପିଲାଙ୍କ ଆଶା ଓ ଭରସା ମୁଖ୍ୟମନ୍ତ୍ରୀ କୁନି ପିଲାଙ୍କ କଥା ଶୁଣନ୍ତି।
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ପଞ୍ଚାୟତର ଖମାରିବାହାଲ ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ସମ୍ପର୍କରେ ମାଛଡ଼ିହ ସ୍କୁଲରେ ପଢୁଥିବା ପିଲାମାନେ ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏ ନେଇ ଗତ ମାର୍ଚ୍ଚ ମାସରେ ପ୍ରଥମେ ଖମାରବାହାଲ ଗାଁ ରାସ୍ତା ଶୋଚନୀୟ ମରାମତି ନ ହେଲେ ନାକଟିଦେଉଳ ବିଡ଼ିଓଙ୍କ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କ ଧାରଣା ଚେତାବନୀ ଦେଇଥିଲେ। ଏହି ସମସ୍ୟା ନେଇ ଚଳିତ ମାସ ପ୍ରଥମେ ସପ୍ତାହରେ ଖମାରିବାହାଲ ଗାଁ ରାସ୍ତା ଶୋଚନୀୟ ପ୍ରସଙ୍ଗ ନେଇ ଛାତ୍ରଛାତ୍ରୀଙ୍କ ନିବେଦନକୁ ବ୍ଲକ୍ ପ୍ରଶାସନର ଅଣଦେଖା ଶୀର୍ଷକ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ୮ ତାରିଖ ମଙ୍ଗଳବାର ଠାରୁ ଖମାରବାହାଲ ଗାଁ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି ।ହେଲେବି ଏହି ରାସ୍ତା ଉପରେ ଲୋକଙ୍କ ବିଶ୍ୱାସ ଜୁଟୁନି। ବର୍ଷା ହେଲେ ପୁଣି ରାସ୍ତା ଧୋଇ ହୋଇ ଖାଲ ଖମାରେ ପରିଣତ ହେବ। ପିଲାଙ୍କ ସ୍କୁଲ ପାଠ ପଢା ପାଇଁ ଯାତାୟାତ ପୂର୍ବ ପରି ସମସ୍ୟା ରହିବ। କୁନି ପିଲାଙ୍କ ମନରେ ଏବେ ଏଭଳି ରହିଛି ଆଶଙ୍କା। ତେଣୁ ନିତିଦିନିଆ ରାସ୍ତା ପାଇଁ ସେମାନେ ଅଡ଼ି ବସିଛନ୍ତି।ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସ୍ନେହାସ୍ନିଗ୍ଧା ଭୋଇଙ୍କ ବଡ଼ ବିଶ୍ୱାସ ସରକାର ବଡ଼ ଲୋକଙ୍କ କଥା ଶୁଣନ୍ତି।ଆମ କଥା ମୁଖ୍ୟମନ୍ତ୍ରୀ ନିଶ୍ଚୟ ଶୁଣିବେ। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ମଧ୍ୟ୍ୟ ଭଲ। ସେ ଦାୟିତ୍ୱରେ ଅଛନ୍ତି। ଆମ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଲେ ଆମ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି ସ୍ନେହା ସହ ତାଙ୍କ ସବୁ ସାଙ୍ଗ ସାଥି ବିଶ୍ୱାସ ଜୁଟାଇଛନ୍ତି। ଆଦିବାସୀ ଛାତ୍ରୀ ସ୍ନେହାସ୍ନିଗ୍ଧା ଭୋଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହ‌ନ ମାଝିଙ୍କୁ ମାରବହାଲରୁ ମାଛଡ଼ିହ ଘାଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର କରିବା ନେଇ ଚିଠି ଲେଖି ଦାବି ଜଣାଇବେ।ଏଥି ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି। କୁନି ପିଲାଙ୍କ କଥା ମୁଖ୍ୟମନ୍ତ୍ରୀ ରଖନ୍ତି ଏଣୁ ଆମ କଥା ରଖିବେ ବୋଲି ହାତ ଯୋଡି ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି ଏହି ଗାଁ ର କୋମଲମତି ପିଲାମାନେ। ସରକାରଙ୍କ ପ୍ରତି ଆସ୍ଥା ଓ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଙ୍କ ଉପରେ ରହିଥିବା ପିଲାଙ୍କ ବିଶ୍ୱାସ ସତରେ କଣ ସେମାନଙ୍କ ସ୍ବପ୍ନ ପୂରଣ କରିବ ଗାଁ ର ଭାଗ୍ୟ ବଦଳାଇଦେବ!
ଦାବି ପରେ ଦାବି।ସରପଞ୍ଚ, ବିଡ଼ିଓ ଠାରୁ ଉପଜିଲ୍ଲାପାଳ, ଜିଲ୍ଲାପାଳ ଯାଏ ଧାଁ ଦୌଡ଼ କରି ରାସ୍ତା ମରାମତି କରିବାକୁ ୨୫ ବର୍ଷର ସମୟ ଲାଗିଥିବା ବେଳେ ସତରେ କଣ ଏ କୁନି କୁନି କୋମଳମତୀ ପିଲାଙ୍କ ମନକଥା ସରକାର ଶୁଣିବେ?ଖମାରବାହାଳକୁ ନିତିଦିନିଆ ରାସ୍ତା କରାଇ ଅସୁମାରୀ ସ୍ୱପ୍ନରେ ବିଭୋର ପିଲାଙ୍କ ସ୍ବପ୍ନ ପୂରଣ କରିବେ ସରକାର!
ପିଲାଏ କିନ୍ତୁ ଆଶାବାଦୀ ସରକାର ତାଙ୍କ କଥା ଶୁଣି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁକୁ ଯୋଡ଼ିବେ।