ନବୀନ-ନୀତିଶ ସାକ୍ଷାତ ଥିଲା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ; ମେଣ୍ଟ ନେଇ ହୋଇନି କୌଣସି ଆଲୋଚନା


ଭୁବନେଶ୍ୱର: ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଲେ ନୀତିଶ। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ନବୀନ ନିବାସରେ ନବୀନ-ନୀତିଶ ସାକ୍ଷାତ ଥିଲା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ । ଆଲୋଚନା କୌଣସି ମେଣ୍ଟ ସମ୍ପର୍କରେ ନଥିଲା। ଜମି ପ୍ରଦାନକୁ ନେଇ ଆଲୋଚନା ହୋଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ସେପଟେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଆମେ ପୁରୁଣା ବନ୍ଧୁ । ବହୁ ଦିନ ପରେ ଏକାଠି ବସି ଆଲୋଚନା କରିଛୁ । ଏହାସହିତ ନବୀନ ନିବାସରେ ଲଞ୍ଚ୍‌ ମଧ୍ୟ କରିଥିଲେ ନୀତିଶ କୁମାର।

ତେବେ ଆଜିର ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ ଥିଲା ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି । ସେ ଦୃଷ୍ଟିରୁ ସାକ୍ଷାତ ପାଇଁ ଆସିଥିଲେ ନୀତିଶ । ସେ ଆହୁରି ମଧ୍ୟ କହିଛନ୍ତି ସମୟ ଆସିଲେ ସବୁ ଜଣାପଡିବ ।