ଭୁବନେଶ୍ବର:ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ପାଇଁ ଏକ ବଡ଼ ଧାରଣ ପୁଞ୍ଜିନିବେଶ ପ୍ରତିଶ୍ରୁତି ଆଣିଛନ୍ତି । ଯାହା ଲକ୍ଷ ଲକ୍ଷ ବେକାର ଯୁବକ, ଯୁବତୀଙ୍କୁ ଦେବ କର୍ମ ସଂସ୍ଥାନ । ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ନିବେଶକ ସମ୍ମିଳନୀରେ ସାମିଲ ହୋଇଥିଲେ । ଏହି ଅବସରରେ ୧୩ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ୧୫ ନିବେଶ ପ୍ରସ୍ତାବ ଆସିଛି । ରାଜ୍ୟରେ ୧ ଲକ୍ଷ ୩ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ହେବା ସହ ୯୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟଇ ହେବ ବୋଲି କହିଛନ୍ତି ।
୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହି ୩ ଦିନିଆ ଗସ୍ତବେଳେ ସେ ନିବେଶକଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ । ଓଡିଶାକୁ ପୁଞ୍ଜିନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭିଡ ଲାଗିଥିଲା । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଗସ୍ତ ଅବସରରେ ୧୩ଟି ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି । ସମୁଦାୟ ୧ ଲକ୍ଷ ୩ହଜାର ୯୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ରାଜ୍ୟରେ ୯୫ ହଜାର ୯୧୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।