ପାଣ୍ଡିଆନଙ୍କୁ ଟାର୍ଗେଟ ପ୍ରସଙ୍ଗ: ନବୀନ କହିଲେ, ପ୍ରଭାତ ବିଜେଡିରେ ନାହାନ୍ତି, ବିଦା ହୋଇଛନ୍ତି


ଭୁବନେଶ୍ବର: ଓ୍ବାକଫ ବିଲକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ଘମାସାନ ଥମିବାର ନାଁ ନେଉନି । ଭି.କେ. ପାଣ୍ଡଆନଙ୍କୁ ଦଳର ବିଭିନ୍ନ ନେତା ଟାର୍ଗେଟ କରିବା ପରେ ସେମାନଙ୍କୁ କଡା ଜବାବ୍ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ପାଣ୍ଡିଆନଙ୍କ ବିରୋଧରେ ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନର ପ୍ରତି ଉତ୍ତର ଦେଇଛନ୍ତି ନବୀନ । ପାଣ୍ଡିଆନ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି । ତାଙ୍କୁ ଅଯଥା ବଦନାମ କରା ନଯାଉ ବୋଲି ସେ କହିଛନ୍ତି । ଏହାସହ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ ।

ଏଥିସହ ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନ ଦେଇଛନ୍ତି କଡା ଜବାବ । ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ରଖି ନବୀନ କହିଛନ୍ତି, ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଛନ୍ତି । ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି, ଦଳରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ।

ଏଥିସହ ଦଳର ବରିଷ୍ଠ ନେତାଙ୍କ ହୋଟେଲରେ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ । ସେ କହିଛନ୍ତି, ମିଟିଂ କରିବାକୁ ହେଲେ ଦଳୀୟ ଅଫିସ ତଥା ଶଙ୍ଖ ଭବନରେ କରନ୍ତୁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟସଭାରେ ୱକଫ୍ ଭୋଟିଂ ଦ୍ବନ୍ଦ୍ବକୁ ନେଇ କିନ୍ତୁ କିଛି କହି ନାହାନ୍ତି ନବୀନ ।