Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗାଁ ହାଇସ୍କୁଲକୁ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆର୍ଥିକ ସହାୟତା, ପରିଚାଳନା କମିଟିର ସମ୍ବର୍ଦ୍ଧନା

ସମ୍ବଲପୁର:ମାନେଶ୍ୱର ବ୍ଲକ ବରଗାଁ ସ୍ଥିତ ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ହାଇସ୍କୁଲକୁ ପୁର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେଥିପାଇଁ ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟୀର ସଦସ୍ୟ ଏବଂ ଶିକ୍ଷକ ମାନେ ଶାନ୍ତି ନଗର ସ୍ଥିତ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବାସଭବନକୁ ଯାଇ ମାନପତ୍ର ଏବଂ ଉପଢୌଜନ ଦେଇ ତାଙ୍କୁ ସମ୍ବଦ୍ଧିତ କରିଛନ୍ତି । ସୂଚନା ଯୋଗ୍ୟଯେ, ଡାକ୍ତର ପାଣିଗ୍ରାହୀ ଉକ୍ତ ଧନରାଶିକୁ ଧନୁପାଲି ସ୍ଥିତ ଷ୍ଟେଟବ୍ୟଙ୍କ ଶାଖାରେ ଜମା କରାଯାଇଛି । ସେହି ଜମା ରାଶିରୁ ମିଲିବାକୁଥିବା ସୁଧରୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଦି କାଯର୍‌ୟକ୍ରମରେ ବିନିଯୋଗ କରାଯିବା ନେଇ ବିଦ୍ୟାଳୟ ପରିଚାଳନା କମିମଟି ସୁଚନା ଦେଇଛି । ସୂଚନା ଯୋଗ୍ୟଯେ ପ୍ରତିବର୍ଷ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇ ଆର୍ଥିକ ସହାୟତା ଦେଇ ଆସୁଥିଲେ । ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ତଥା ବରିଷ୍ଠ ଖବରଦାତା ସୁଭାଷ ପାଣିଗ୍ରାହୀ, ସଦସ୍ୟ ବେଣୁଧର ତ୍ରୀପାଠୀ, ପ୍ରଧାନ ଶିକ୍ଷକ ରବିନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ ରାମନିବାସ ସାହୁ, ଚିତ୍ତରଞ୍ଜନ ପୂଜାରୀ, ବେଲାଲ ସେନ ଅମାତ, ଇପସିତା ସାହୁ, କ୍ରୀଷ୍ଣା ସିଂହ, ଶ୍ୟାମ ମିରିଗ, କିନିତା ପାଣ୍ଡେ, ପ୍ରିତିଷ କୁମାର ପଣ୍ଡା, ବିରଞ୍ଚି ନାୟକ,ଦେବନାଥ ବଗର୍ତ୍ତୀ ସଞ୍ଜୟ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ଡାକ୍ତର ପାଣିଗ୍ରାହୀ ବିଦ୍ୟାଳୟର ଉନ୍ନତି କାମନା କରିବା ସହ ବିଦ୍ୟାଳୟର ଉନ୍ନତି ସହ ମେଧାବି ଛତ୍ରୀଛାତ୍ର ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯବାକୁ ସେ ଘୋଷଣା କରିଥିଲେ ।