Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅର ବୟଫ୍ରେଣ୍ଡ ସହ ମା’ ଫେରାର: କାନ୍ଦି କାନ୍ଦି ଝିଅ ଆଖିରୁ ଶୁଖୁନି ଲୁହ

ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ ସେ ଏପରି କାମ କରିଛନ୍ତି। ଏହି ଘଟଣା ପରେ ପ୍ରେମିକଙ୍କୁ ଝୁରି ଝୁରି ଲୁହ ଗଡାଉଛନ୍ତି ପ୍ରେମିକ। ଉତ୍ତର ପ୍ରଦେଶର ଆଲିଗଡ଼ ମାନ୍ଦ୍ରାକ ଅଞ୍ଚଳର ମନୋହରପୁର ଗାଁର ଜଣେ ବାସିନ୍ଦା ଜିତେନ୍ଦ୍ର କୁମାର ତାଙ୍କ ଝିଅ ଶିବାନୀର ବିବାହ ଥାନା ଛରା ଅଞ୍ଚଳର ଏକ ଗାଁର ଯୁବକ ରାହୁଲଙ୍କ ସହିତ ସ୍ଥିର କରିଥିଲେ।

ବିବାହ ଏପ୍ରିଲ ୧୬ରେ ହେବାର ଥିଲା। ପରିବାରର ସମସ୍ତ ସଦସ୍ୟ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ବିବାହର ୯ ଦିନ ପୂର୍ବରୁ, ଶିବାନୀଙ୍କ ନିଜ ମା’ ତାଙ୍କୁ ଏପରି ଏକ ଝଟକା ଦେଇଥିଲେ ଯାହା ସେ ସାରା ଜୀବନ ମନେ ରଖିବେ। ରାହୁଲଙ୍କୁ ଧରି ତାଙ୍କ ମା’ ଫେରାର ହୋଇଯାଇଛନ୍ତି।

ସବୁଠାରୁ ବଡ଼ ଆଘାତ ଶିବାନୀ ଏବଂ ତାଙ୍କ ବାପାଙ୍କୁ ଲାଗିଥିଲା। ଏବେ ପୋଲିସ ଠାରୁ ନ୍ୟାୟ ମାଗୁଛନ୍ତି। ଶିବାନୀ କାନ୍ଦି କାନ୍ଦି କହିଛନ୍ତି, ଗତ ୩ ମାସ ଧରି ରାହୁଲ ଏବଂ ମୋ ମା’ ଫୋନ୍‌ରେ ଲଗାତାର କଥା ହେଉଥିଲେ। ୨୨ ଘଣ୍ଟା ଉଭୟ ଫୋନରେ ଗପୁଥିଲେ। ଆମେ ତାଙ୍କୁ କେବେ ସନ୍ଦେହ କରି ନ ଥିଲୁ। ଏବେ ଦୁହେଁ ପଳାଇ ଯାଇଛନ୍ତି, ମୁଁ ମୋ ମା’ଙ୍କୁ ସବୁଠାରୁ ଅଧିକ ଘୃଣା କରିବା ଆରମ୍ଭ କରିଛି। ସେ ମୋ ଘର ଉଜାଡି ଦେଲେ। ସେ ମୋ ବାପାଙ୍କୁ ମଧ୍ୟ ଠକିଦେଲେ।

ଆମ ଘରେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଥିଲା। ମୋ ମା’ ସବୁକିଛି ନେଇ ପଳାଇ ଯାଇଛନ୍ତି। ଘରେ ଆଉ ୧୦ ଟଙ୍କା ବି ନାହିଁ। ବିବାହ ପୂର୍ବରୁ ପଠାଯାଇଥିବା ହଳଦିଆ ଚିଠିରେ ଆମେ ଫୋନ-ପେ ମାଧ୍ୟମରେ ରାହୁଲଙ୍କ ପରିବାରକୁ ୫୦,୦୦୦ ଟଙ୍କା ମଧ୍ୟ ପଠାଇଥିଲୁ। ଆମକୁ ଏବେ ଆମର ଟଙ୍କା ଫେରସ୍ତ ମିଳିବା ଉଚିତ। ୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଫେରାଇବାକୁ ପଡିବ। ମା’ଙ୍କ ସହିତ ଆମର ଆଉ କୌଣସି ସମ୍ପର୍କ ନାହିଁ। ସେ ମୋ ପାଇଁ ମରିଯାଇଛନ୍ତି ବୋଲି ଶିବାନୀ କହିଛନ୍ତି।