Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବ ବିଜେଡି ଚେହେରା ? ଭୁବନେଶ୍ୱରରେ ଚାଲିଛି ଘର ଖୋଜା

ଡ଼ା. ରାଜାରାମ ଷଡ଼ଙ୍ଗୀ
ବିଜେଡି ଏବେ ଉଠୁଛି ପଡୁଛି।କାହା ସହିତ କାହାର ତାଳମେଲ ରହୁନି। ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟ୍ୟରେ ଚାଲିଛି କ୍ଷମତା ଲଢେଇ।ଆଉ ବିଜେଡି ସୁପ୍ରିମୋ ଏହାର ସମାଧାନ କରିବେ କଣ ବରଂ ମିଡ଼ିଆ ସାମ୍ନାକୁ ଆସି ଯେଉଁ ଦି”ପଦ କହିକି ନାଲି ଆଖି ଦେଖାଇଲେ ସେଥିରୁ ଦିନକୁ ଦିନ ଧୂଆଁ କୁହୁଳିବାରେ ଲାଗିଛି।
ସାଂସଦମାନେ ଦଳର ନୀତି ବିରୁଦ୍ଧରେ ଯାଇ ସ୍ୱକଫ୍ ବିଲ୍ ପ୍ରସଙ୍ଗ ରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସହ ସାଲିସ୍ କରିବା ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣିଥରେ ପାଣ୍ଡିଆନଙ୍କ ପାଇଁ ଢାଲ ସାଜିବାକୁ ନେଇ ବିଜେଡିରେ ଏପରି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି ।
ନବୀନଙ୍କ ଏଭଳି ଆଭିମୁଖ୍ୟ ଓ ମିଛ ବୟାନକୁ ସହଜରେ ହଜମ କରିପାରୁନାହାନ୍ତି ବିଜେତିର ଲକ୍ଷଲକ୍ଷ କର୍ମୀ ଓ ନେତା । ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଦିନକୁ ଦିନ ବିଜେଡି ଉଠିବ କଣ ଶୋଇବାରେ ଲାଗିଛି।
ସ୍ୱକଫ୍ ବିଲ୍‌ ପ୍ରସଙ୍ଗରେ ବିଜେଡିରେ ସୃଷ୍ଟି ଅରାଜକତା ଓ ମେଳିକୁ ଚପାଇବା ପାଇଁ ନବୀନ ଯେଭଳି ଢଙ୍ଗରେ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇବାକୁ ପ୍ରୟାସ କରିଛନ୍ତି ତାହା ସିଧାସଳଖ ଦଳରେ ପାଣ୍ଡିଆନମାର୍କ ନେତାଙ୍କ ପ୍ରଭାବକୁ ବୃଦ୍ଧି କରାଇଛି ବୋଲି ସାଧାରଣରେ ବାରି ହେଉଛି । ସାଂଗଠନିକ ନିର୍ବାଚନ ଆଳରେ ପାଣ୍ଡିଆନ ନିଜର ଖାସ୍ ଅନୁଗତଙ୍କ ମାଧ୍ୟମରେ ଜିଲ୍ଲା ସଭାପତି ଓ ଦଳର ଅନ୍ୟ ପ୍ରମୁଖ ପଦପଦବୀକୁ କବଜାରେ ରଖିବାକୁ କସରତ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏସବୁ ମଧ୍ୟରେ ଅତ୍ୟନ୍ତ ଗୋପନୀୟତାର ସହ ‘ବିଜେଡିର ଉତ୍ତରାଧିକାରୀ ହସ୍ତାନ୍ତର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ତାଙ୍କ ପତ୍ନୀ ସୁଜାତାଙ୍କୁ ବିଜେଡିର ଚେହେରା’ କରାଇବାକୁ ଗୋଟିଚାଳନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।ଆଉ ସୁଜାତା ନୌକାରେ ବସି ପାଣ୍ଡିଆନ ବିଜେଡି ନାଆ ଚଳାଇବେ। ଏଥିପାଇଁ ଭିତରେ ଭିତରେ ପାଣ୍ଡିଆନ ଭୁବନେଶ୍ୱର ଛାତି ଉପରେ ଭଲ ଘର ଖଣ୍ଡେ ପାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ନବୀନ ନିବାସ ତାଙ୍କ ପାଇଁ ଏବେ କାଳ ସାଜୁଥିବା ଯୋଗୁଁ ନିଜର ସୁରକ୍ଷା ସହିତ ବିଜେଡିକୁ ଟେକି ଧରିବାକୁ ଏଭଳି ଯୋଜନା ଚାଲିଛି।
ଏପଟେ ପ୍ରଭାତ ମଧ୍ଯ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ପାଣ୍ଡିଆନଙ୍କ ସନ୍ୟାସ କେବଳ ଭେଳିକି । ନବୀନ ନିବାସରେ ରହି ସେ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି। ‘ପାଣ୍ଡିଆନ ଭଗାଓ” ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସ୍ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ନାଟକୀୟ ଆଭିମୁଖ୍ୟ ପଛରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସନ୍ଦେହଜନକ ଭୂମିକା ଉଜାଗର ହୋଇଛି। ମୁନ୍ନା ଖାଁଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମୀମାନେ ନବୀନଙ୍କୁ ଭେଟିବାବେଳେ ସେ ହିଁ ଦଳର
ସାଂସଦମାନଙ୍କୁ ବିବେକାନୁମୋଦିତ ନିଷ୍ପତ୍ତି ନେବାକୁ କହିଥ‌ିବାର ଭିଡିଓ ଏବେ ଭାଇରାଲ ହୋଇଛି। ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସହ ସାଲିସ୍ କରି ନବୀନ କାହିଁକି ଅଚାନକ ୟୁଟର୍ଣ୍ଣ ନେଲେ ତା’ର କାରଣ ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ଦଳର ସ୍ୱାର୍ଥ ଓ ନୀତି ବିରୁଦ୍ଧରେ ୱିକଫ୍ ବିଲ୍ ପ୍ରସଙ୍ଗରେ ସାଂସଦମାନଙ୍କ ଆଭିମୁଖ୍ୟକୁ ବରିଷ୍ଠ ନେତାମାନେ ନାପସନ୍ଦ କରିବା ସହ ଏନେଇ ତଜର୍ମା-ବିଶ୍ଲେଷଣ କରୁଥିବାବେଳେ ନବୀନ ସେମାନଙ୍କୁ ନାଲିଆଖି ଦେଖାଇବା ବିଜେଡିରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି ।
ହେଲେ ବରିଷ୍ଠ ମାନେ ସିଧା ସିଧା ନାଲି ଆଖିକୁ ତେର୍ଚ୍ଚା ବାଣ ମାରିଥିବା ବେଳେ କନିଷ୍ଠଙ୍କ ଲଣ୍ଠନ ବିଜେଡିକୁ କେଉଁ ଆଲୁଅ ଦେଉଛି ଦେଖି ଅନ୍ୟକୁ ମଜା ନେବାର ଏବେ ସମୟ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ