ମାଙ୍ଗାନିଜ ଖଣି ଲୁଟର ତଦନ୍ତ ପାଇଁ ପହଞ୍ଚିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ,: ହଜିଛି ଖଣି ମାଫିଆ ନିଦ


ଓଡ଼ିଶା ଡଟ୍ ନ୍ୟୁଜ୍: ଖଣି ମାଫିଆଙ୍କ ନିଦ ହଜିଛି । ଦେଶ ତଥା ରାଜ୍ୟକୁ ଲୁଟି ଥିବା ଖଣି ମାଫିଆ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି । କୋଇଡା ମାଙ୍ଗାନିଜ୍ ଖଣି ଲୁଟ୍ ଘଟଣାରେ ତଦନ୍ତ ଆରମ୍ଭ କରି ଦେଇଛି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ । ଆଜି ସକାଳେ ମାଙ୍ଗାନିଜ୍ ଚୋରି ଘଟଣାରେ ଏନ୍‌ଫୋର୍ସମେଣ୍ଟ ଟିମ୍ କୋଇଡା ଅଞ୍ଚଳରେ ପହଞ୍ଚିଛନ୍ତି । 

ବହୁମୁଲ୍ୟ କଳାହୀରା ବା ମାଙ୍ଗାନିଜ୍ ଲୁହା ପଥର ଚୋରା ଚାଲାଣର ତଦନ୍ତ କରିବ ଏହି ଟିମ୍ । କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ସାଙ୍ଗରେ ରହିଛନ୍ତି । କୋଇଡାର ଗଣୁଆଁ, ପାଟମୁଣ୍ଡା ଅଞ୍ଚଳ ବୁଲି ଦେଖିବେ ଟିମ୍ । 

ପ୍ରଶାସନର ନାକନିଶ ତଳେ ସୁନ୍ଦରଗଡ ଘଞ୍ଚ ଜଙ୍ଗଲରେ କୋଇଲା ଖଣିଥିଲା । ବେଆଇନ ଭାବେ କୋଇଲା ଉତ୍ତୋଳନ କରି ଷ୍ଟକୟାର୍ଡରେ ହଜାର ହଜାର ଟନ କୋଇଲା ଗଚ୍ଛିତ ରଖାଯାଇଥିଲା । ଖବର ପ୍ରସାରଣ ପରେ ଖଣି ବିଭାଗର ନିଦ ଭାଙ୍ଗିଛି ।