ଓଡ଼ିଶା ଡଟ୍ ନ୍ୟୁଜ୍: ପୁଣି କମିଲା ସୁନା ଦର । ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷରେ ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୬୦ ଟଙ୍କା କମିଛି । ଲଗାତାର ଉପରମୁହାଁ ହେଉଥିବା ସୁନା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହୋଇଛି ସୁନା ।
ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୬୭୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୬୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭,୭୦୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୭୫୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୦,୦୪୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୫୫୧ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୬,୬୦୮ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ୧୦୦ ଟଙ୍କା କମି ୧,୦୯,୯୦୦ ଟଙ୍କାରେ ପହଞ୍ଚିଛି ।