ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ କର୍ମଶାଳା ।
 
        କଳାହାଣ୍ଡି:୧୪/୦୪
ସୋମବାର ଦିନ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ , ଭବାନୀପାଟଣା ୱିସ୍ଡମ୍  ପାର୍କ ପରିସରରେ ଚଳଚ୍ଚିତ୍ର ମହୋତ୍ସବର ଦ୍ଵିତୀୟ ଦିନରେ ବିଭିନ୍ନ ଫିଲ୍ମ ଓ କର୍ମଶାଳା ଅନୁଷ୍ଠିତ ହୋଇଛି ।
ଶିଶୁ ଓ ଯୁବମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ,ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ରମାନ ତିନି ଗୋଟି ପ୍ରେକ୍ଷାଳୟରେ  ପ୍ରଦର୍ଶିତ ହେଉଛି । ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଉତ୍ସାହ ସହିତ ବିଶ୍ୱର ବିଭିନ୍ନ ଭାଷାର ବହୁ ଚର୍ଚ୍ଚିତ ଫିଲ୍ମଗୁଡିକୁ ଉପଭୋଗ କରିବାର ସୁଯୋଗ ପାଉଛନ୍ତି। କେବଳ ଫିଲ୍ମ ଦେଖିବା ନୁହେଁ , ଖ୍ୟାତନାମା  ଚଳଚ୍ଚିତ୍ର ନିର୍ଦ୍ଦେଶକ  ଜିତେନ୍ଦ୍ର ମିଶ୍ର, ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା  ଶ୍ୱେତା ପରଖ ,  ଜର୍ଜିଆରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ, ଲିଥୁନିଆରୁ ସୁଶ୍ରୀ ରାସା  ଓଜିଉନାଇଟେ, ୟୁକ୍ରେନରୁ ଭୋଲୋଡିମିର୍ ପ୍ରିଟୁଲାଙ୍କଠାରୁ ‘ କ୍ରିଏଣ୍ଟିଙ୍ଗ୍ ଇମ୍ପାକ୍ଟ ଫୁଲ୍ ଫିଲ୍ମ ଏଣ୍ଡ କନେକ୍ଟିଙ୍ଗ୍ ଉଇଥ୍ ଇୟୋର ସେଲ୍ଫ’ ଶୀର୍ଷକ କର୍ମଶାଳାରେ ଶିକ୍ଷାର୍ଥୀମାନେ ଚଳଚ୍ଚିତ୍ର ସମ୍ବନ୍ଧୀୟ ପଚାରିଥିବା  ପ୍ରଶ୍ନଗୁଡିକର ଉତ୍ତର  ଦେଇଥିଲେ । କର୍ମଶାଳା ଟି ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷଣୀୟ ଓ ରୋଚକପୂର୍ଣ୍ଣ ରହିଥିଲା।

 
                        
 
                                 
                                 
                                 
                                 
                                