Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗାରେ ଏଣିକି ୨୫୨ଟଙ୍କା ବଦଳରେ ୨୭୩ଟଙ୍କା ଦୈନିକ ମଜୁରୀ ପାଇବେ

ମନରେଗାରେ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ୨୫୨ଟଙ୍କା ଥିବାବେଳେ ଏହାକୁ ୨୧ଟଙ୍କା ବୃଦ୍ଧି କରାଯାଇ ୨୭୩ଟଙ୍କା କରାଯାଇଛି । ଏଣିକି ୨୫୨ଟଙ୍କା ବଦଳରେ ୨୭୩ଟଙ୍କା ଦୈନିକ ମଜୁରୀ ପାଇବେ ଜବ୍‌କାର୍ଡଧାରୀ।

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ ଲକ୍ଷ ଜବକାର୍ଡଧାରୀ ଏହି ଲାଭ ପାଇବେ । ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ ମନରେଗାରେ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା ବୋଲି ସୂଚନା ରହିଛି ।

ସୂଚନା ମୁତାବକ, ୧୪ଟି ବ୍ଳକର ୨୪୦ଟି ପଞ୍ଚାୟତର ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ନିୟୋଜିତ କରାଯାଇ ୯୩ ଲକ୍ଷ ୩୪ ହଜାର ୩୦୦ ଶ୍ରମଦିବସ ସୃଷ୍ଟି କରାଯିବ । ଜିଲ୍ଲାର ୨୪୦ ପଞ୍ଚାୟତରେ ୧ ଲକ୍ଷ ୬୩ ହଜାର ୮୧୦ ପରିବାରକୁ କାମ ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ପରିବାରକୁ ହାରାହାରି ୫୭ ଦିନ କାମ ଯୋଗାଇ ଦିଆଯିବ। ଜିଲ୍ଲାରେ ବୋରିଗୁମ୍ମା ବ୍ଳକରେ ସର୍ବାଧିକ ୪୩୮୬୭ଜଣ ଜବ୍‌କାର୍ଡଧାରୀଙ୍କୁ ୧୨ ଲକ୍ଷ ୯୮ ହଜାର ୮୫୨ ଶ୍ରମଦିବସ ପାଇଁ ୬୨ କୋଟି ୬୪ ଲକ୍ଷ ଟଙ୍କା ଦିଆଯିବ। ସବୁଠୁ କମ ନାରାୟଣ ପାଟଣା ବ୍ଲକରେ ୧୩୧୧୭ଜଣ ଜବ୍‌କାର୍ଡଧାରୀଙ୍କ ପାଇଁ ୪ ଲକ୍ଷ ୩ ହଜାର ୩୦୮ ଶ୍ରମଦିବସ ପାଇଁ ୧୯ କୋଟି ୪୫ ଲକ୍ଷ ବ୍ୟୟ କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ