ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା


ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ରାଜ୍ୟମନ୍ତ୍ରୀ ସୁରେଶ, ରବି ସହ ପୁରପଲ୍ଲୀ ଲୋକପ୍ରତିନିଧି ଠାରୁ ବିଧାୟକ,ଜନତା
ସମ୍ବଲପୁର:ପ୍ରଭୁ ଶ୍ରୀହନୁମାନ ଭକ୍ତି, ତ୍ୟାଗ, ନିଷ୍ଠା ଓ ସମର୍ପଣର ପ୍ରତୀକ ବୋଲି ସୋମବାର ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପଡାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଆଜିର ଦିନ ଓଡ଼ିଆ ତଥା ସନତନୀ ହିନ୍ଦୁଙ୍କ ପାଇଁ ଏକ ବଡ଼ ଦିନ । ଏଭଳି ଏକ ଦିନରେ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ବଲପୁରର ଜନସାଧାରଣଙ୍କ ସହ ହନୁମାନ ଜୟନ୍ତୀରେ ସାମିଲ ହେବା ମୋର ସୌଭାଗ୍ୟ । ହନୁମାନ ଜୟନ୍ତୀରେ ନାଗରିକମାନଙ୍କ ମଧ୍ୟରେ ଭକ୍ତିପୂର୍ଣ୍ଣ ଉତ୍ସାହ ରହିଛି । ଆମ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବଢୁ । ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପାଖରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିକାଶ ପାଇଁ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକଜୟନାରାୟଣ ମିଶ୍ର ଙ୍କ ସହିତ ପୁରପଲ୍ଲୀ ଜନପ୍ରତିନିଧି ଙ୍କ ଠାରୁ ହଜାର ହଜାର ଜନତା ଏଥିରେ ସାମିଲ ହୋଇଥିଲେ।