Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମୀ ରାମଲୀଳାର ଆଜି ଅନ୍ତିମ ରଜନୀ :କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ତରଣୀସେନ, ରାବଣ ବଧ ପରେ ରାମ ଅଭିଷେକ ଓ ରାମରାଜ୍ୟ ପ୍ରତିଷ୍ଠା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ କୁସୁମୀ ରାମଲୀଳା ର ଆଜି ଅଛି ଅନ୍ତିମ ରଜନୀ।କୁସୁମୀ ରାମଲୀଳା ପଡ଼ିଆରେ ଗତ ସନ୍ଧ୍ୟା ରେ ବାଳି ବଧ ସୁଗ୍ରୀବ ଙ୍କ ସିଂହାସନ ଆରୋହଣ ଚତୁର୍ମସ୍ୟା ପରେ ଲକ୍ଷ୍ମଣ ଙ୍କ କ୍ରୋଧ ହନୁମାନ ଙ୍କ ସୀତା ଠାବ ଲଙ୍କା ପୋଡ଼ି ସେତୁ ବନ୍ଧ ପ୍ରତିଷ୍ଠା ବିଭୀଷଣ ନିର୍ବାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗତ ସନ୍ଧ୍ୟlରେ ବର୍ଷୀୟାନ କଳାକାର ପର୍ଶୁରାମ ମିଶ୍ର ଜିଲ୍ଲା ସାଧାରଣ ସମ୍ପାଦକ ଭାରତୀୟ ଜନତା ପାର୍ଟି ସୁଶିଲ କୁମାର କର ପ୍ରକଳ୍ପ ମୁଖ୍ୟ ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ କୁଚିଣ୍ଡା ହେମ ସାଗର ଭୋଇ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହାକୁ ବିଭୁତି କଲ୍ୟାଣ ପଟେଲ ସଂଯୋଜନା କରିଥିଲେ।
ସୀତା ବିବାହ ଉତ୍ସବ ରେ ଦଶରଥ ଙ୍କ ଚାରି ପୁତ୍ର ଙ୍କ ପାଇଁ ମିଥିଳା ର ଚାରି ଝିଅ ଙ୍କୁ ରେ ସପତ୍ନିକ ରାଜେଶ ଅଗ୍ରୱାଲ ପ୍ରଦୀପ ମହାକୁଲ ସୁଶିଲ ନାୟକ ଓ ସଞ୍ଜୟ ପାତ୍ର ଯୋଗ ଦେଇ କନ୍ୟାଦାନ କରିବା କାର୍ଯ୍ୟକ୍ରମ କୁ ଆହୁରି ରୋଚକ କରିଦେଇ ଥିଲେ।
ଆଜି ଚଳିତ ବର୍ଷର ଅନ୍ତିମ ଦିବସ ରହିଛି। ସନ୍ଧ୍ୟାରେ କl ସେତୁ ବନ୍ଧ ପ୍ରତିଷ୍ଠା, କୁମ୍ଭକର୍ଣ୍ଣ ବଧ,ଇନ୍ଦ୍ରଜିତ ବଧ,ତରଣୀ ସେନ ବଧ,ରାବଣ ବଧ,ରାମଚନ୍ଦ୍ର ଙ୍କ ବନବାସ ରୁ ପ୍ରତ୍ୟାବର୍ତ୍ତନ ଓ ରାମ ଅଭିଷେକ ତଥା ରାମରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।
ଗତ ୯ ତାରିଖ ଦିନ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତୀ ରବିନାରାୟଣ ନାଏକ, ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଟଙ୍କଧର ତ୍ରିପାଠୀ ବିଧାୟକ ଝାରସୁଗୁଡ଼ାଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ