ଓଡ଼ିଶା ଡଟ୍ ନ୍ୟୁଜ୍: ରାଜଧାନୀ ଭୁବନେଶ୍ବରର ରାମ ମନ୍ଦିର ସମ୍ମୁଖରୁ ଅପହରଣ ହୋଇଥିବା ଶିଶୁପୁତ୍ର ଉଦ୍ଧାର । ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁଟିକୁ ସୁରକ୍ଷିତ ଭାବେ କମିଶନରେଟ ପୋଲିସ ଭୁବନେଶ୍ୱର ଆଣିଛି ।
ସେପଟେ ସାମ୍ନାକୁ ଆସିଥିଲା ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ ତେବେ କିଏ ଏହି ଲୋକ ? ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣୁଛି ।