ଓଡ଼ିଶା ଡଟ୍ ନ୍ୟୁଜ୍: ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ବଲାଙ୍ଗୀର ଦେଓଗାଁ କସ୍ତୁରବା ଗାନ୍ଧୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧା ନସିନୀ ପାଣିଗ୍ରାହୀଙ୍କୁ ଦେଓଗାଁ ବିଇଓ କଲେ ନିଲମ୍ବିତ । ତାଙ୍କ ନାଁରେ ୧୦ କୁଇଣ୍ଟାଲ ଚାଉଳ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।
ପିଲାଙ୍କ ପାଇଁ ଆସିଥିବା ଚାଉଳ ହେରଫେର କରିବା ନେଇ ଚର୍ଚ୍ଚା ବଢୁଛି । ତଦନ୍ତ ସମୟରେ ୧୦.୮୬ କୁଇଣ୍ଟାଲ୍ ଚାଉଳ କମ ଥିବାରୁ ଶିକ୍ଷୟିତ୍ରୀଙ୍କୁ ପଚରାଯାଇଥିଲା । ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଯାହାକି ତଦନ୍ତକାରୀ ରିପୋର୍ଟରେ ଦର୍ଶାଇ ଥିଲେ । ଏହି ରିପୋର୍ଟକୁ ଆଧାର କରି ଦେଓଗାଁ ବିଇଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଏନେଇ ତଦନ୍ତ କରିଥିବା ରିପୋର୍ଟ ଅନୁଯାୟୀ ଚାଉଳ ହେରଫେର ପ୍ରମାଣ ମିଳିବା ପରେ ବିଇଓଙ୍କୁ ରିପୋର୍ଟ ଦିଆଇଯାଇଛି । ପରେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।