Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଘୋଷଣା କଲା ୧୮ ଜିଲ୍ଲା ସଭାପତିଙ୍କ ନାଁ

ଭୁବନେଶ୍ୱର:ବିଜେଡି ୧୮ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି।ଅର୍ଥାତ ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଙ୍ଗଠନିକ ନିର୍ବାଚନରେ ୩୩ ସାଙ୍ଗଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି।
ଏହି ୧୮ ଜିଲ୍ଲା ମଧ୍ୟରେ ପୁରୀ ଜିଲା ବିଜେଡି ସଭାପତି ଭାବେ ଉମା ସାମନ୍ତରାୟ ନିର୍ବାଚିତ ହେଇଛନ୍ତି । ସେହିପରି ବରଗଡ଼ ଜିଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲା ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ଜିଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଦେବଗଡ଼ର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରିରେ ମାନସ ମାଡକାମୀ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ବଡ଼ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ